ଅରୁନ୍ଧତୀ ରାୟ ପାଇବେ ପେନ୍ ପିଣ୍ଟର୍ ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ ଲେଖିକା ଅରୁନ୍ଧତୀ ରାୟଙ୍କୁ ଚଳିତ ବର୍ଷର ପେନ୍ ପିଣ୍ଟର୍ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ନୋବେଲ ବିଜେତା ତଥା ପ୍ଲେ ରାଇଟର ହେରୋଲ୍ଡ ପିଣ୍ଟରଙ୍କ ସ୍ମୃତିରେ ୨୦୦୯ରୁ ଅବିସ୍ମରଣୀୟ ଲେଖା ପାଇଁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଉଛି।

ଆସନ୍ତା ଅକ୍ଟୋବର ୧୦ ତାରିଖରେ ଅରୁନ୍ଧତୀ ବ୍ରିଟେନର ଏହି ଚର୍ଚ୍ଚିତ ପୁରସ୍କାର ଗ୍ରହଣ କରିବେ। ଏନେଇ ବ୍ରିଟିଶ ଲାଇବ୍ରେରୀ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ ହେବ। କିଛିଦିନ ପୂର୍ବରୁ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ତାଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ଅଧିନରେ ମାମଲା ଚଲାଇବା ଲାଗି ଅନୁମତି ଦେଇଥିଲେ।

ଏହି ମାମଲା ୧୪ ବର୍ଷ ପୁରୁଣା ଏକ ଭାଷଣ ସହ ଜଡିତ। ସେ କାଶ୍ନୀର ଉପରେ ଦେଇଥିବା ଏକ ବୟାନକୁ ଆପତ୍ତିଜନକ ବୋଲି କୁହାଯାଇଥିଲା। ସାହାସୀ ଲେଖକଙ୍କୁ ପ୍ରତି ବର୍ଷ ପେନ ପିଣ୍ଟର ପୁରସ୍କାର ପ୍ରଦାନ କରାଯାଇଥାଏ।

Comments (0)
Add Comment