ଆସନ୍ତା ଦୁଇ ଦିନ ଯାଏଁ ଏହିସବୁ ଜିଲ୍ଲାରେ ହୋଇପାରେ ବର୍ଷା

ଭୁବନେଶ୍ୱର: ଓଡିଶାରେ ବର୍ଷାର ପରିମାଣ କମିବା ପରେ ରାଜ୍ୟର କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ମଙ୍ଗଳବାର ଦିନ ୟେଲୋ ଆଲର୍ଟ ଜାରି କରିଛି ଆଇଏମଡି।

ଜୁଲାଇ ୯ରେ ବାଲ‌େଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖ‌ୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଏବଂ ଗଜପତିରେ ବଜ୍ରପାତ ସହ ଘଡଘଡି ହୋଇପାରେ। ସେହିପରି ଜୁଲାଇ ୧୦ ରେ ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଏବଂ କେନ୍ଦୁଝରର‌େ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି।

ଜୁଲାଇ ୯ରେ, ଭୁବନେଶ୍ୱର ଏବଂ ପୁରୀର ଗ‌ୋଟିଏ କିମ୍ବା ଦୁଇଟି ସ୍ଥାନର‌େ ବର୍ଷା କିମ୍ବା ବଜ୍ରପାତ ସହିତ ଆକାଶ ମେଘାଚ୍ଛନ୍ନ ରହିବ। ଜୁଲାଇ ୧୨ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଅଛି। ଜୁଲାଇ ୧୩ ବେଳକୁ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡିର‌େ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Comments (0)
Add Comment