ଭୁବନେଶ୍ୱର: ଦଳୀୟ ବିଧାୟକଙ୍କୁ ବିଭିନ୍ନ ବିଭାଗ ଉପରେ ନିଘା ରଖିବା ପାଇଁ ଦାୟିତ୍ୱ ବାଣ୍ଟିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିରୋଧୀ ଦଳ ହେଉଛି ଜନସାଧାରଣଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ। ବିଧାନସଭାରେ ବିରୋଧୀ ଦଳର ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ କଳାପ ଉପରେ ତୀକ୍ଷ୍ଣ ନଜର ରଖିବା ସହ ବିଧାନସଭାରେ ସମ୍ପୃକ୍ତ ବିଭାଗ ସମ୍ପର୍କିତ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କାରି ଓଡିଶାବାସୀଙ୍କ ହକ ତଥା ଜନସାଧାରଣଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖୁବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ୫୦ ଜଣ ନିର୍ବାଚିତ ସଦସ୍ୟ ମାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି।
ବିଭିନ୍ନ ବିଭାଗ ଉପରେ ନିଘା ରଖିବା ପାଇଁ ଦାୟିତ୍ୱ ବାଣ୍ଟିଲେ ନବୀନ ପଟ୍ଟନାୟକ। ସରକାରଙ୍କ କାର୍ଯ୍ୟ ଉପରେ ନିଘା ରଖିବାକୁ ନିଜ ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଲେ। ରାଜା ସ୍ୱାଇଁଙ୍କୁ ରାଜସ୍ୱ ବିଭାଗ, ପ୍ରମିଳାଙ୍କୁ ପଞ୍ଚାୟତିରାଜ ବିଭାଗ, ବଦ୍ରିଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ, ନିରଞ୍ଜନ ପୂଜାରୀଙ୍କୁ ଗୃହ ବିଭାଗ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ ବିଭାଗ, ପ୍ରତାପ ଦେବଙ୍କୁ ଜିଏ, ଅରୁଣଙ୍କୁ ଜଳ ସଂପଦ ବିଭାଗ, ବ୍ରଜ ପ୍ରଧାନଙ୍କୁ ସ୍ୱାସ୍ଥ୍ୟ ବିଭାଗ, ରାଜେନ୍ଦ୍ର ଢୋଲକିଆଙ୍କୁ ଗଣଶିକ୍ଷା ବିଭାଗରେ ଦାୟିତ୍ୱ ବାଣ୍ଟିଛନ୍ତି ନବୀନ ପଟ୍ଟନାୟକ।
ବିଧାନସଭାରେ ବିରୋଧୀ ବିଜୁ ଜନତା ଦଳକୁ ଅଧିକ ଦକ୍ଷତାର ସହ ଦାୟିତ୍ୱ ସମ୍ପାଦନ କରିବାରେ ଏହା ସହାୟକ ହେବ ବୋଲି ବିରୋଧୀ ଦଳର ନେତା ନୂବାନ ପଟ୍ଟନାୟକ ଆଶା ବ୍ୟକ୍ତ କରିଛନ୍ତି।