ପୁରୀ: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରାଜା ସାକେରଙ୍କ ବିରୁଦ୍ଧରେ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି।
ରାଜା ଶ୍ରୀମନ୍ଦିର ଭିତରେ ସେଲଫି ଉଠାଇ ସୋସିଆଲ ମିଡିଆରେ ଫଟୋ ଅପଲୋଡ କରିଥିଲେ। ନିଜ ସୋସିଆଲ ମିଡିଆରେ ରାଜା ଏହି ଫଟୋ ପୋଷ୍ଟ କରିଥିବା ବେଳେ ଏହାକୁ ନେଇ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା।
ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣା ପ୍ରଥମ ନୁହେଁ। ଏହାପୂର୍ବରୁ ମଧ୍ୟ ଏଭଳି ଘଟଣାର ଅନେକ ନଜିର ରହିଛି । ତେବେ ପୂର୍ବ ସପ୍ତାହରେ ମଧ୍ୟ ସୋସିଆଲ ମିଡିଆରେ ଭିତର ବେଢାର ଫଟୋ ଭାଇରାଲ ହୋଇଥିଲା । ଇନଷ୍ଟାଗ୍ରାମରେ ନିଖିଲ ଗିରି ନାମକ ଜଣେ ଯୁବକ ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଥିଲେ। ଶ୍ରୀମନ୍ଦିର ଆନନ୍ଦ ବଜାରର ପ୍ରବେଶ ପଥରେ ଏହି ଫଟୋ ଉତ୍ତୋଳନ କରାଯାଇଥିବା ଜଣାପଡିଥିଲା।