ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ସଫ୍ଟୱେୟାର୍ରେ ତ୍ରୁଟି ଦେଖାଦେବା ଯୋଗୁଁ ଗତକାଲି ଅନେକ ସମୟ ଧରି ବିଶ୍ୱର ଅନେକ ଦେଶରେ ବିମାନ ସେବା, ସ୍ୱାସ୍ଥ୍ୟସେବା ଓ ବ୍ୟାଙ୍କ୍ସେବାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା।
ସୂଚନା ଅନୁଯାୟୀ ଆମେରିକାର ସାଇବର ସୁରକ୍ଷା ସଂସ୍ଥା କ୍ରାଉଡ୍ ଷ୍ଟ୍ରାଇକ୍ ଏକ ସଫ୍ଟୱେୟାର ଅପ୍ଡେଟ୍ ପାଇଁ ଦେଇଥିବା ପ୍ୟାଚ୍ରେ ବୈଷୟିକ ତ୍ରୁଟି ରହିଥିଲା। ଆଣ୍ଟିଭାଇରସ୍ ଫାଲକନ୍ ସେନ୍ସରରେ କନଫିଗରେସନ୍ ତ୍ରୁଟି ଥିବାରୁ ମାଇକ୍ରୋସଫ୍ଟ ୩୬୫ ଅଚାନକ ଅଚଳ ହୋଇଯାଇଥିଲା । ଏହାକୁ ସୁଧାରିବା ପାଇଁ ଇଞ୍ଜିନିୟରିଂ ଟିମ୍ କାମ କରୁଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି।
ବିଶ୍ବର ତିନୋଟି ବଡ଼ ବିମାନ ସଂସ୍ଥା ୟୁଏସ ଏୟାରଲାଇନ୍, ଅମେରିକାନ, ୟୁନାଇଟେଡ୍ ଏଣ୍ଡ୍ ଡେଲ୍ଟାର କମ୍ପାନିର ବିମାନ ଉଡ଼ାଣ ପ୍ରଭାବିତ ହୋଇଛି ।
ତେବେ ଧିରେ ଧିରେ ସୁଧୁରୁଛି ଅଚଳ ହୋଇପଡ଼ିଥିବା ୱିଣ୍ଡୋଜ୍ ଅପରେଟିଂ ବ୍ୟବସ୍ଥା। ଏଥିପାଇଁ କିଛି ସମୟ ଲାଗିବ ବୋଲି ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି।