ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଏବେ ଅନୁପ୍ରବେଶ ବୃଦ୍ଧି ପାଇଛି। ପାକିସ୍ତାନ ପଟୁ ୫୦ରୁ ୫୫ ଜଣ ଆତଙ୍କବାଦୀ ଜମ୍ମୁ ଅଞ୍ଚଳରେ ଅନୁପ୍ରବେଶ କରିଥିବା ସୂଚନା ମିଳିଛି।
ଯାହାପରେ ସେନା ପକ୍ଷରୁ ୫୦୦ ପାରା ସ୍ପେଶାଲ ଫୋର୍ସ କମାଣ୍ଡୋଙ୍କୁ ମୁତୟନ କରାଯାଇଛି। ରୋମିଓ ଏବଂ ଡେଲଟା ଫୋର୍ସ ସମେତ ରାଷ୍ଟ୍ରିୟ ରାଇଫଲ୍ସର ଦୁଇଟି ଫୋର୍ସ ଏବଂ ଏହି ଅଞ୍ଚଳରେ ସେନା ପୂର୍ବରୁ ନଜର ରଖିଥିବା କୁହାଯାଉଛି। ଏହାବ୍ୟତୀତ ଆତଙ୍କବାଦୀଙ୍କୁ ଧରିବା ଓ ସେମାନଙ୍କ ପାଖରେ ଥିବା ଅସ୍ତ୍ରଶସ୍ତ୍ରକୁ ଧ୍ୱଂସ କରିବା ଲକ୍ଷ୍ୟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଛି।
ତେବେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଯୋଗାଯୋଗ ସରଞ୍ଜାମ ସହିତ ଅନୁପ୍ରବେଶ କରିଥିବା ଆତଙ୍କବାଦୀଙ୍କୁ ଖୋଜି ଖୋଜି ସଫା କରିବା ପାଇଁ ସେନାର ବରିଷ୍ଠ ଅଧିକାରୀମାନେ ଜମ୍ମୁରେ ଡେରା ପକାଇବାକୁ ଯୋଜନା କରୁଛନ୍ତି।
ଅପରପକ୍ଷେ ଆଜି ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ମଧ୍ୟ ଜମ୍ମୁ ଗସ୍ତରେ ଯିବେ। ଜମ୍ମୁରେ ଆତଙ୍କବାଦୀ ଅନୁପ୍ରବେଶ ବୃଦ୍ଧି ଘଟଣାରେ ସେନା ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।