ବିଧାନସଭା ପୂର୍ବରୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ, ଯୋଗ ଦେଲାନି କଂଗ୍ରେସ

ଭୁବନେଶ୍ବର: ଆସନ୍ତାକାଲି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ବସିବାକୁ ଯାଇଥିବା ବେଳେ ଆଜି ବାଚସ୍ପତି ସୁରମା ପାଢୀ ସର୍ବଦଳୀୟ ବୈଠକ ଡାକିଥିଲେ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସି ଦେଓ ଏବଂ ପ୍ରଭାତି ପରିଡାଙ୍କ ସମେତ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସାମିଲ ହୋଇଥିଲେ ।

ସେପଟେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ । ହେଲେ କଂଗ୍ରେସ ଓ ସିପିଏମର କୌଣସି ବିଧାୟକ ଉପସ୍ଥିତ ନଥିଲେ । ତେବେ ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଚନ୍ତି,  କଂଗ୍ରେସ ନେତା ବାଛି ନ ଥିବାରୁ ମୁଁ ପିସିସି ସଭାପତିଙ୍କ ସହ କଥା ହୋଇଥିଲି । ଏହା ସହିତ ସିପିଏମ୍‌ ସଦସ୍ୟ ଲକ୍ଷ୍ମଣ ମୁଣ୍ଡାଙ୍କ ସହ ଫୋନ୍‌ରେ କଥା ହୋଇଥିଲି । ହେଲେ ଉଭୟ ଦଳର ପ୍ରତିନିଧି ବୈଠକକୁ ଆସିପାରି ନାହାନ୍ତି ।

Comments (0)
Add Comment