‘ବାହୁବଳୀ’ର ଏହି ଅଭିନେତ୍ରୀଙ୍କ କାରରୁ ୧୦୦ରୁ ଅଧିକ ମଦ ବୋତଲ ଜବତ

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ତଥା ବାହୁବଳୀ ଫେମ୍‌ ରମ୍ୟା କୃଷ୍ଣନ୍ ପୁଣିଥରେ ବିବାଦ ଘେରକୁ ଆସିଛନ୍ତି। ଜି ଟିଭିରେ ତାଙ୍କ ଅଭିନୀତ  ଜୟଲଳିତାଙ୍କ ଉପରେ ନିର୍ମିତ ସିରିଜ ପ୍ରସାରଣ ଲାଗି ପ୍ରସ୍ତୁତ ହେଉଥିବା ବେଳେ ରମ୍ୟାଙ୍କୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ଚେନ୍ନାଇ ପୁଲିସ ରମ୍ୟାଙ୍କ କାରରୁ ୧୦୦ରୁ ଅଧିକ ମଦ ବୋତଲ ଜବତ କରିଛି। ମଦ ବୋତଲ ଜବତ କରିବା ସହିତ ତାଙ୍କ ଡ୍ରାଇଭର ସେଲଭା କୁମାରଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।