ରାଜ୍ୟର ନୂଆ ସିଇଓ ହେଲେ ଆର୍ ସନ୍ଥଗୋପାଳନ

ଭୁବନେଶ୍ବର: ଆର୍‌. ସନ୍ଥଗୋପାଳନ ହେଲେ ରାଜ୍ୟର ନୂଆ ସିଇଓ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହେଲେ ଆର. ସନ୍ଥଗୋପାଳନ। ୨୦୦୧ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ୍‌ ହେଉଛନ୍ତି ସନ୍ଥଗୋପାଳନ। ସନ୍ଥଗୋପାଳନଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ଭାବରେ ଇସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ପୂର୍ବତନ ସିିିଇଓ ନିକୁଞ୍ଜ ବିହାରୀ ଧଳ । ତାଙ୍କ ପରେ ରାଜ୍ୟର ନୂଆ ସିଇଓ କିଏ ହେବ ସେନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ୨୦୦୧ ବ୍ୟାଚର ଏହି ଆଇଏଏସ୍ ଅଫିସରଙ୍କୁ ମିଳିଛି ଗୁରୁ ଦାୟିତ୍ୱ ।

Comments (0)
Add Comment