ନୂଆଦିଲ୍ଲୀ: ବିଶ୍ବର ବଡବଡ ନେତାଙ୍କ ଫ୍ୟାଶନ ଶୋ। AI ଦ୍ବାରା ଜାରି ଭିଡିଓକୁ ଦେଖିଲେ ଆପଣ ମଧ୍ଯ ଚକିତ ହୋଇଯିବେ।
ଏନେଇ ଟେସଲା ଓ ସ୍ପେସଏକ୍ସ ସିଇଓ ଏଲୋନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ଶେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, AI ଫ୍ୟାଶନ ଶୋ।
ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଶିଳ୍ପପତି ବିଲ ଗେଟ୍ସ, ଜୋ ବା ଇଡେନ ଏବଂ ଟିମ କୁକଙ୍କ ସମେତ ଅନେକ ବିଶ୍ୱ ନେତାଙ୍କୁ ପ୍ରଦର୍ଶନ କରାଯାଇଛି। ପୋପ ଫ୍ରାନ୍ସିସଙ୍କୁ ଏକ ଭିନ୍ନ ଅବତାରରେ ମଧ୍ୟ ଦେଖିବାକୁ ମିଳିଛି।
ସମସ୍ତ ନେତା ମଡେଲ ପରି ର଼୍ୟାମ୍ପରେ ଚାଲୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରମ୍ପାରିକ ପୋଷାକ ପିନ୍ଧିଥିବା ବେଳେ ଭ୍ଲାଦିମିର ପୁଟିନ ବିଳାସପୂର୍ଣ୍ଣ ବ୍ରାଣ୍ଡ LV ର ଲୋଗୋ ଥିବା ଡ୍ରେସ ପିନ୍ଧିଛନ୍ତି।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ଷ୍ଟାଇଲିସ ସୁଟ ଏବଂ ଚଷମା ପିନ୍ଧି ଏକ ହ୍ବିଲ ଚେୟାରରେ ଅଛନ୍ତି। ସେହିପରି ଏଲନ ମସ୍କ ମହାକାଶଚାରୀ ସୁଟ ପିନ୍ଧିଥିବା ନଜର ଆସିଛନ୍ତି। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏକ ଟେଡି ବିୟର ପ୍ରିଣ୍ଟେଡ ପୋଷାକରେ ନଜର ଆସିଛନ୍ତି।