ବାବା ରାମଦେବଙ୍କୁ ଝଟକା, କୋରୋନିଲଙ୍କୁ ନେଇ କରିଥିବା ଦାବି ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା। ବିଭିନ୍ନ ଡାକ୍ତର ସଙ୍ଗଠନର ଆବେଦନ ଉପରେ ରାୟ ଶୁଣାଣି କରିଛନ୍ତି।

ଦିଲ୍ଲୀ ହାଇକୋର୍ଟ ବାବା ରାମଦେବଙ୍କୁ କରୋନା ଜନିତ ମୃତ୍ୟୁ ପାଇଁ ଏଲୋପାଥିକୁ ଦାୟୀ କରିବା ଏବଂ କୋରୋନିଲଙ୍କୁ ପ୍ରୋତ୍ସାହିତ କରୁଥିବା ଦାବିକୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ବାବା ରାମଦେବ ତିନି ଦିନ ମଧ୍ୟରେ ତାଙ୍କ ବିବୃତ୍ତି ପ୍ରତ୍ୟାହାର ନକରନ୍ତି, ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ତୁରନ୍ତ ଏହାକୁ ହଟାଇ ଦେବେ।

କରୋନା ମହାମାରୀର ଉପଶମ କରୋନିଲ ଦ୍ବାରା ହୋଇପାରୁଥିବା ଦାବିକୁ ନେଇ ଯୋଗ ଗୁରୁ ରାମଦେବ, ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ପତଞ୍ଜଳି ଆୟୁର୍ବେଦ ବିରୋଧରେ ବହୁ ଡାକ୍ତର ସଂଘଙ୍କ ଦ୍ବାରା ଏକ ମାମଲା

Comments (0)
Add Comment