ଭୁବନେଶ୍ବର: ଏବେ ଅସୁସ୍ଥ ଥିବା ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି କିଛି ସମୟ ପୂର୍ବରୁ ଭୁବନେଶ୍ବରରେ ପହଞ୍ଚିଥିବାର ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯିବ ବୋଲି ଜଣାଯାଇଛି। ଗତକାଲି ସେ ହାଇଦ୍ରାବାଦରୁ ଆମ୍ବୁଲାନ୍ସ ବସ୍ ଯୋଗେ ବାହାରିଥିଲେ। ବିଜୟ ମହାନ୍ତିଙ୍କୁ ଭୁବନେଶ୍ବର ଆଣିବା ପାଇଁ ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଅଭିନେତା ତଥା ବିଜେପି ନେତା ଅଖିଳ ପଟ୍ଟନାୟକ ସହଯୋଗ କରିଛନ୍ତି ।