ପ୍ୟାରିସ: ତୀରନ୍ଦାଜୀରେ ଭାରତର ଅଙ୍କିତା ଭକତ ଓ ଧୀରଜ ବୋମ୍ମାଦେଭରା ମିକ୍ସଡ ଟିମ ଇଭେଂଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେମାନେ ପଦକଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି । ଭାରତୀୟ ଯୋଡି କ୍ୱାର୍ଟର ଫାଇନାଲ ମୁକାବିଲାରେ ସ୍ପେନକୁ ୫-୩ରେ ପରାଜିତ କରିଥିଲେ । ଇଟାଲୀ ଓ କୋରିଆ ମଧ୍ୟରେ ହେବାକୁ ଥିବା ଅନ୍ୟ ଏକ ମୁକାବିଲାର ବିଜେତାଙ୍କୁ ସେମାନେ ସେମିରେ ଭେଟିବେ । ସେହିପରି ହକିରେ ଭାରତ ତାର ଶେଷ ଲିଗ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ପରାସ୍ତ କରିଛି । ହରମନପ୍ରୀତ ସିଂ ୨ଟି ଓ ଅଭିଷେକ ଗୋଟିଏ ଗୋଲ ଭାରତ ପକ୍ଷରୁ କରିଥିଲେ ।
ଏହା ପରେ ବେଲଜିୟମ ନିକଟରୁ ଦଳ ପରାଜିତ ହେବା ପରେ ଅଷ୍ଟ୍ରେଲିଆକୁ ହରାଇ ଫର୍ମକୁ ଫେରିଛି । ନକଆଉଟ ପୂର୍ବରୁ ଦଳର ଫର୍ମକୁ ଫେରିବା ଜରୁରୀ ଥିଲା ।