ପ୍ୟାରିସ ଅଲମ୍ପିକ୍ସ ୨୦୨୪: ଫାଇନାଲରେ ଏଣ୍ଟ୍ରି କଲେ ନୀରଜ ଚୋପ୍ରା

ପ୍ୟାରିସ: ଭାରତର ଗୋଲ୍ଡେନ ବଏ ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟରେ ୮୯.୩୪ ମିଟର ଦୂରକୁ ଜାଭେଲିନ ଫିଙ୍ଗି ଫାଇନାଲରେ ଏଣ୍ଟ୍ରି ମାରିଛନ୍ତି। ଏହାପରେ ନୀରଜ ବର୍ତ୍ତମାନ ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲରେ ଜାଭେଲିନ୍ ପକାଇବେ। ଗ୍ରୁପ୍ ବିରେ ଯୋଗ୍ୟତା ଅର୍ଜନ କରିବାରେ ନୀରଜ ପ୍ରଥମ ଆଥଲେଟ୍ ହୋଇଛନ୍ତି।

ଚଳିତ ସିଜିନରେ ଏହା ହେଉଛି ନୀରଜଙ୍କ ସର୍ବୋତ୍ତମ ପ୍ରଦର୍ଶନ।ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଥ୍ରୋ କରିଥିଲେ।

ତେବେ ଟୋକିଓ ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ପ୍ୟାରିସ ଅଲମ୍ପିକ୍ସରେ ସେ ଗୋଲ୍ଡ ମେଡାଲ ଜିତିବେ ବୋଲି ଆଶା କରାଯାଉଛି।

Comments (0)
Add Comment