ଢାକା: ନୋବେଲ ଶାନ୍ତି ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର ଗୁରୁବାର ଦିନ ଶପଥ ଗ୍ରହଣ କରିଛନ୍ତି।
ଆମେରିକାରେ ଅବସ୍ଥାପିତ ଶେଖ ହସିନାଙ୍କ ପୁଅ ସାଜିବ ୱାଜିଦ ଜୟ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭାରତରେ ଅଛନ୍ତି। ଅନ୍ତରୀଣ ସରକାର ନିର୍ବାଚନ ନେଇ ନିଷ୍ପତ୍ତି ନେବା ମାତ୍ରେ ସେ ବାଂଲାଦେଶ ଫେରିଯିବେ।
ଯାହା ପରେ ସେ ବାଂଲାଦେଶ ଫେରିବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ତେବେ ଖୁବ୍ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ହୋଇଛି।
ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବ୍ୟାପକ ହିଂସା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଶେଖ୍ ହସିନା।