ସ୍ୱିଜରଲ୍ୟାଣ୍ଡ ଗସ୍ତରେ କିଙ୍ଗ ଖାନ, ମିଳିବ ଏହି ସମ୍ମାନ

ମୁମ୍ବାଇ: ସ୍ୱିଜରଲ୍ୟାଣ୍ଡ ଗସ୍ତରେ କିଙ୍ଗ ଖାନ ଶାହରୁଖ। ତିନି ଦଶନ୍ଧି ଧରି ସିନେମା ଜଗତରେ ରାଜ୍ କରିଆସୁଥିବା ଶାହରୁଖ ଖାନଙ୍କର ସାରା ବିଶ୍ୱରେ ପ୍ରଶଂସକ ରହିଛନ୍ତି। ନିଜର ଦକ୍ଷତା ପାଇଁ ସେ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି।

ହିନ୍ଦୀ ସିନେମାରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ କରାଯିବ।

ଲୋକାର୍ନୋ ଚଳଚ୍ଚିତ୍ର ମହୋତ୍ସବ ଅଗଷ୍ଟ ୧୭ ରେ ସ୍ୱିଜରଲ୍ୟାଣ୍ଡର ଲୋକାର୍ନୋରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ଶାହରୁଖ ଖାନ ମଧ୍ୟ ଏହି ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରିବେ। ଏହି ଅବସରରେ ତାଙ୍କୁ ପାର୍ଡୋ ଆଲା କାରିଏରା ପୁରସ୍କାରରେ ସମ୍ମାନିତ କରାଯିବ।

Comments (0)
Add Comment