ପୁରୀ: ଶେଖ ହାସିନା ସରକାରର ପତନ ପରେ ବାଂଲାଦେଶରେ ହିଂସା ଥମିବାର ନାଁ ଧରୁନାହିଁ। ଏହି ହିଂସା ଏବେ ସାଂପ୍ରଦାୟିକ ହିଂସାର ରୂପ ନେଇଛି। ହିନ୍ଦୁଙ୍କ ମନ୍ଦିର ଭଙ୍ଗାରୁଜା ସହ ହିନ୍ଦୁଙ୍କୁ ଆକ୍ରମଣ କରାଯାଉଛି। ଯାହାଫଳରେ ବାଂଲାଦେଶର ସଂଖ୍ୟାଲଘୁ ହିନ୍ଦୁ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ତେବେ ଧର୍ମ ଉପରେ ଆକ୍ରମଣକୁ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କଡ଼ା ନିନ୍ଦା କରିଛନ୍ତି।
ଏହି ପରିପ୍ରେକ୍ଷୀରେ ସେ ପୁରୀର ନିଳାଦ୍ରୀ ବିଚ୍ରେ ଏକ ବାଲୁକା ଚିତ୍ରକଳା ନିର୍ମାଣ କରି ଧର୍ମ ଉପରେ ଆକ୍ରମଣକୁ ନିନ୍ଦା କରିବା ସହ ଶାନ୍ତି ପାଇଁ ଅପିଲ କରିଛନ୍ତି। ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ବାଂଲାଦେଶରେ ଯେଉଁଭଳି ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଛି ତାହା ଉପରେ ଆମେ ଏହି ବାଲୁକା ଚିତ୍ରକଳାଟିକୁ ନିର୍ମାଣ କରିଛୁ।
ହିନ୍ଦୁ ଧର୍ମ ଉପରେ ଆକ୍ରମଣ ଅତି ନିନ୍ଦନୀୟ। ବାଂଲାଦେଶ ଶାନ୍ତି ବଜାୟ ରହିବା ପାଇଁ ଆମ ବାଲୁକା ଚିତ୍ର କଳା ମାଧ୍ୟମରେ ବାର୍ତ୍ତା ଦେଇଛୁ। ବାଂଲାଦେଶରେ ଧର୍ମକୁ ନେଇ ଯେଉଁଭଳି ଆକ୍ରମଣ କରାଯାଉଛି ତାହା ଅତି ନିନ୍ଦନୀୟ। ତେବେ ଶାନ୍ତି ପାଇଁ ଅପିଲ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ।