ମଧ୍ୟାହ୍ନ ଭୋଜନ ଖାଇ ୬୦ ଛାତ୍ରଛାତ୍ରୀ ଅସୁସ୍ଥ

ଝାରସୁଗୁଡ଼ା: ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଗଲେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ। ଏପରି ଏକ ଅଭାବନୀୟ ଘଟଣା ଆଜି ଝାରସୁଗୁଡ଼ା ଜିଲ୍ଲା ଜମେରା ୟୁଜିଏମ୍‌ଇ ସ୍କୁଲ୍‌ରେ ଘଟିଛି।

ପ୍ରାଥମିକ ସୂଚନା ଅନୁସାରେ, ଆଜି ଶନିବାର ଥିବାରୁ ସାଢେ଼ ୯ଟା ବେଳେ ମଧ୍ୟାହ୍ନ ଭୋଜନ ଦିଆ ଯାଇଥିଲା। ମଧ୍ୟାହ୍ନ ଭୋଜନରେ ଭାତ ଓ ଅଣ୍ଡା ତରକାରୀ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦିଆଯାଇଥିଲା। ହେଲେ ଖାଇ ସାରିବାର କିଛି ସମୟ ପରେ ପ୍ରାୟ ୬୦ ଛାତ୍ରଛାତ୍ରୀଙ୍କ ପେଟରେ ଯନ୍ତ୍ରଣା ସହ ବାନ୍ତି ହୋଇଥିଲା।

ସଙ୍ଗେସଙ୍ଗେ ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ତେବେ ଏହି ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖା ଦେଇଛି। ଏପରିକି ପିଲାଙ୍କୁ ପଚା ଅଣ୍ଡା ଦିଆଯାଇଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିବା ଅଭିଯୋଗ କରିଛନ୍ତି।

Comments (0)
Add Comment