କୋଲକାତା ଲଜ୍ଜା: ନିଜ ଆଡୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଲକାତାର ଆରଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। ଦେଶର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି କରିବେ।

ଆସନ୍ତା ୨୦ ତାରିଖରେ ମାମଲାର ଶୁଣାଣି କରିବେ ଏହି ୩ ଜଣିଆ ଖଣ୍ଡପୀଠ। କଲିକତା ହାଇକୋର୍ଟ ଏହି ମାମଲାର ଶୁଣାଣି କରିସାରିଛନ୍ତି। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ପୋଲିସକୁ ଡେଡଲାଇନ ଦେଇଥିବା ବେଳେ ଏହି ମାମଲାର ଯାଞ୍ଚ ସିବିଆଇ ହାତକୁ ନେଇଛି।

ତେବେ ଏହି ଦୁଷ୍କର୍ମ ଓ ହତ୍ୟା ଘଟଣାରେ କୋଲକାତା ସମେତ ସମଗ୍ର ଦେଶରେ ଡାକ୍ତର ମାନେ ବିକ୍ଷୋଭ କରିବା ସହ ଧର୍ମଘଟ ଜାରି ରଖିଛନ୍ତି। ଆଇଏମଏ ମଧ୍ୟ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିଲା।

ଉଲ୍ଲେଖଯୋଗ୍ୟ, ଗତ ୮ ତାରିଖରେ କୋଲକାତା ଆରଜି କର ମେଡିକାଲ କଲେଜ ସେମିନାର ହଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ରହିଥିଲା। ଏହି ମାମଲାରେ ପ୍ରାଥମିକ ସ୍ତରରେ ସିବିଆଇ ଜଣେ ଅଭିଯୁକ୍ତ ସଂଜୟ ରଏଙ୍କୁ ଗିରଫ କରି ଯାଞ୍ଚ ଜାରି ରଖିଛି।

Comments (0)
Add Comment