କୋଚି: ମାଲାୟାଲମ୍ ସୁପରଷ୍ଟାର ମୋହନଲାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁଯାୟୀ, ମୋହନଲାଲଙ୍କୁ ଜ୍ୱର ସହ ଶ୍ୱାସକ୍ରିୟାରେ ସମସ୍ୟା ଏବଂ ମାଂସପେଶୀରେ ଯନ୍ତ୍ରଣା ଯୋଗୁ ତାଙ୍କୁ କୋଚିର ଅମୃତା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଛି। ପରବର୍ତ୍ତୀ ସମୟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
ତେବେ ଷ୍ଟାର ବାରୋଜର ନୂତନ ରିଲିଜ୍ ତାରିଖ ଘୋଷଣା କରିବାର ଗୋଟିଏ ଦିନ ପରେ ତାଙ୍କର ଅସୁସ୍ଥତା ଖବର ଆସିଛି। ଜିଜୋ ପୁନ୍ନୋସଙ୍କ ପୁସ୍ତକ ‘ବାରୋଜ: ଗାର୍ଡିଆନ୍ ଅଫ୍ ଡି’ଗାମା’ର ଟ୍ରିଜର ଉପରେ ଆଧାରିତ ଏହି 3D ଫାଣ୍ଟାସୀ ଡ୍ରାମା।
ଏହି ଫିଲ୍ମ ଅକ୍ଟୋବର ୩ରେ ମୁକ୍ତିଲାଭ କରିବ।