ଅଗଷ୍ଟ ୨୦ ଓ ୨୨ରେ ସପ୍ତମ ଗୁରୁନମନ ଶାସ୍ତ୍ରୀୟ ନୃତ୍ୟ ଉତ୍ସବ

ଭୁବନେଶ୍ୱର: ସର୍ବଭାରତୀୟ ଓଡିଶାନୃତ୍ୟ ଅନୁଷ୍ଠାନ ନୃତ୍ୟଧାମ ପକ୍ଷରୁ ଜାତୀୟ ସ୍ତରୀୟ ସମସ୍ତ ଲବ୍ଧପ୍ରତିଷ୍ଠିତ ଓଡିଶୀ ନୃତ୍ୟ ଗୁରୁମାନଙ୍କୁ ନେଇ ଆଗାମୀ ଅଗଷ୍ଟ ୨୦ ଓ ୨୨ରେ ରବିନ୍ଦ୍ର ମଣ୍ଡପରେ ନୃତ୍ୟଧାମର ସପ୍ତମ ଶାସ୍ତ୍ରୀୟ ନୃତ୍ୟ ଓ ଗୁରୁନମନ ନୃତ୍ୟ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।

ଦୁଇ ଦିନବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଜାତୀୟସ୍ତରୀୟ ନୃତ୍ୟ ସମାରୋହରେ ଅଗଷ୍ଟ ୨୦ ତାରିଖ ଦିନ ପଦ୍ମଶ୍ରୀ ରଞ୍ଜନା ଗୌହର, ପଦ୍ମଶ୍ରୀ ଅରୁଣା ମହାନ୍ତି, ଉସ୍ତାଦ ବିସ୍‌ମିଲାଖାଁ ସମ୍ମାନିତ ବିନୋଦ କେଭିନ ବଚନ ଓ ଡଃ ଶୁଭଶ୍ରୀ ପଟ୍ଟନାୟକ ଏକକ ଓଡିଶୀ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ଜୀବନବ୍ୟାପୀ ସାଧନା ନିମନ୍ତେ ପଦ୍ମଶ୍ରୀ ରଞ୍ଜନା ଗୌହର ଓ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ‘ନୃତ୍ୟଧାମ ଜୀବନବ୍ୟାପୀ ସାଧନା ସମ୍ମାନ-୨୦୨୪’ ପ୍ରଦାନ କରାଯିବ। ସେହିପରି ଅଗଷ୍ଟ ୨୨ରେ ପଦ୍ମଶ୍ରୀ ଗୀତା ମହାଲିକ, ଗୁରୁ ଦୁର୍ଗାଚରଣ ରଣବୀର, ଗୁରୁ ଆଲୋକା କାନୁନ୍‌ଗୋ, ଗୁରୁ ସୁଜତା ମହାପାତ୍ର ଓ ଡଃ ଶୁଭଶ୍ରୀ ପଟ୍ଟନାୟକ ଏକକ ଓଡିଶୀ ନୃତ୍ୟ ପରିବେଷଣ କରିବେ।

ଏହି ପରିପ୍ରେକ୍ଷୀରେ ପଦ୍ମଶ୍ରୀ ଗୀତା ମହାଲିକ ଓ ଡଃ ସ୍ନେହପ୍ରଭା ସାମନ୍ତରାୟଙ୍କୁ ଗୁରୁ ନମନ ଜୀବନବ୍ୟାପୀ ଓଡିଶୀ ନୃତ୍ୟ ସାଧନା ନିମନ୍ତେ ୨୦୨୪ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ନୃତ୍ୟଧାମ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ଡଃ ଶୁଭଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

Comments (0)
Add Comment