‘ରାଜ୍ୟରେ ଗଜପତି ସର୍ବାଧିକ ଭୂସ୍ଖଳନ ପ୍ରବଣ ଅଞ୍ଚଳ’

ଭୁବନେଶ୍ୱର: ରାଜ୍ୟର ୧୪ ଟି ଜିଲ୍ଲାକୁ ରହିଛି ଭୂକମ୍ପର ଭୟ । ସେଗୁଡିକ ମଧ୍ୟରେ କେନ୍ଦ୍ରାପଡା, କଟକ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ, ସୁନ୍ଦରଗଡ,ବରଗଡ ଏବଂ ମୟୂରଭଞ୍ଜ ଜିଲ୍ଲା ରହିଛି । ସେଥିମଧ୍ୟରୁ ଗଜପତି ସର୍ବାଧିକ ଭୂମିକମ୍ପ ପ୍ରବଣ ଅଞ୍ଚଳ । ଏଠାରେ ୧୨୯ ଟି ସମ୍ଭାବ୍ୟ ଭୂସ୍ଖଳନ ସ୍ଥାନ ଚିହ୍ନଟ କରାଯାଇଛି ।

ଭୂସ୍ଖଳନକୁ ହ୍ରାସ କରିବା ପାଇଁ ବିଭିନ୍ନ ବିଭାଗ, ଅମୃତା ବିଶ୍ବବିଦ୍ୟାପୀଠମ୍, ଆଇଏମଡି ଓ କେରଳ ମଧ୍ୟରେ ପ୍ରାୟ ସବୁ ସମୟରେ ସମନ୍ବୟ ବୈଠକ ହେଉଛି । ସର୍ଭେ ନେଇ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଅମୃତା ବିଶ୍ବ ବିଦ୍ୟାପୀଠମ୍ ମଧ୍ୟରେ ରାଜିନାମା ସ୍ବାକ୍ଷରିତ ହୋଇଛି ।

ତେବେ ଆଜି ବଜେଟ୍ ଅଧିବେଶନର ତୃତୀୟ ଦିନରେ ରାଜ୍ୟରେ କେଉଁ ସବୁ ଜିଲ୍ଲା ଗୁଡିକ ଭୂକମ୍ପ ପ୍ରବଣ ଅଞ୍ଚଳ ଏବଂ ଏହାକୁ ପ୍ରତିହିତ ପାଇଁ ରାଜ୍ୟ ସରକାର କେଉଁ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ଲକ୍ଷ୍ନୀପୁର ବିଧାୟକ ପବିତ୍ର ସାଉଁତା । ତାଙ୍କ ଉତ୍ତରରେ ଏହି ଜବାବ ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

Comments (0)
Add Comment