ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନେସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୟୁକ୍ରେନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ l ପୋଲାଣ୍ଡରୁ ୧୦ ଘଣ୍ଟିଆ ଟ୍ରେନ୍ ଯାତ୍ରା କରି କିଭରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l କିଭ୍‌ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟକୁ ଭେଟିଛନ୍ତି। ଏହି ସମୟରେ ଭାରତ ମାତା କି ଜୟ ନାରା ପ୍ରକମ୍ପିତ ହୋଇଥିଲା ସମଗ୍ର ଅଂଚଳ l ଏହାପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ l

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ଉଦ୍ଦେଶ୍ୟ କେବଳ ପାଶ୍ଚାତ୍ୟ ଦେଶଗୁଡିକର ନିରାଶାକୁ ଦୂର କରିବା ନୁହେଁ, ବରଂ ମସ୍କୋକୁ ୟୁକ୍ରେନ ସହିତ ଭାରତ ବୁଝାମଣା କରିବା ପାଇଁ ସଂକେତ ଦେବା l ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ମଧ୍ୟ ଭାରତ ରୁଷର ଆକ୍ରମଣକୁ ନିନ୍ଦା କରିବା ପାଇଁ ମନା କରିଦେଇଛି ଏବଂ ମସ୍କୋରୁ ତେଲ କିଣିବା ଜାରି ରଖିଛି, ଯାହାକି ବିବାଦ ସମୟରେ ରୁଷ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଚୀନ୍ ସହିତ ଋଷର ଘନିଷ୍ଠ ସମ୍ପର୍କ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି l

ସୂଚନାଯୋଗ୍ୟ ଯେ, ମୋଦୀଙ୍କ ଏହି ଗସ୍ତ ଐତିହାସିକ। ୧୯୯୨ରେ ଭାରତ ଏବଂ ୟୁକ୍ରେନ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦି ଜେଲେନସ୍କିଙ୍କ ସହ ବ୍ୟକ୍ତିଗତ ଏବଂ ପ୍ରତିନିଧୀ ସ୍ତରୀୟ ଆଲୋଚନା କରିବେ, ଯାହା ରୁଷିଆ-ୟୁକ୍ରେନ ବିବାଦର ସମାଧାନ ଉପରେ ଆଲୋଚନା ହୋଇପାରେ ମଧ୍ୟ କୁହାଯାଉଛି।

Comments (0)
Add Comment