ମହାରାଷ୍ଟ୍ରରୁ ସାତକୋଶିଆକୁ ଆସିବେ ୧୪ ବାଘ

ଭୁବନେଶ୍ୱର: ଅନୁଗୁଳର ସାତକୋଶିଆକୁ ଆସିବେ ନୂଆ ଅତିଥି। ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ଚଳାଇବାକୁ ସବୁଜ ସଂକେତ ମିଳିଛି। ଯାହା ଫଳରେ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ଆସିବେ ୧୪ ବାଘ।

ପୁଣି ଥରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ NTCA ଅନୁମୋଦନ ଦେଇଥିବା ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ତେବେ ୫ ବର୍ଷରେ ପର୍ଯ୍ୟାୟ କ୍ରମେ ପ୍ରାୟ ୧୪ଟି ବାଘ ଓଡିଶା ଆସିବେ।

ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯିବ । କୋର ଏରିଆରୁ ସମସ୍ତ ଜନ ବସତି ଖାଲି କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

Comments (0)
Add Comment