ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଏସଆଇ

ବାରିପଦା: ଭିଜିଲାନ୍ସ ଜାଲରେ ଟାଉନ ଥାନା ଏଏସଆଇ । ୬ ହଜାର ଲାଞ୍ଚ ନେଇ ଧରାପଡିଲେ ଏଏସଆଇ ରାମଚନ୍ଦ୍ର ସୋରେନ୍‌ । ବାରୁଣିରୋଡ୍‌ ସ୍ଥିତ ଭଡ଼ାଘରେ ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏଏସଆଇ । ଏକ ମାମଲାରୁ ନାଁ କାଟିବାକୁ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ ଏଏସଆଇ ରାମଚନ୍ଦ୍ର ସୋରେନ୍‌ ।

ସୂଚନା ଅନୁସାରେ, ଏକ ପରିବାରିକ କଳହ ଅଭିଯୋଗରେ ବହୁ ଦିନ ହେବ ଥାନାରେ ପଡି ରହିଥିବା ମାମଲାର ଉକ୍ତ ବ୍ୟକ୍ତିଙ୍କର ନାମ କାଟିବା ପାଇଁ ଏଏସଆଇ ଶ୍ରୀ ସୋରେନ ଲାଞ୍ଚ ମାଗିଥିଲେ। ଏ ନେଇ ଉକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ବାରିପଦା ଟାଉନ ଥାନା ପରିସରରେ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏଏସଆଇ ରାମଚନ୍ଦ୍ର ସୋରେନଙ୍କୁ ଧରିଛି ବାରିପଦା ଭିଜିଲାନ୍ସ ବିଭାଗ । ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ ବାସଭବନ ସମେତ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।
Comments (0)
Add Comment