ରାଜ୍ୟସଭା ନିର୍ବାଚନରେ କିଏ କେଉଁଠି ଜିତିବେ, କିଭଳି ପ୍ରଭାବିତ ହେବ ସଂସଦର ଗତିଶୀଳତା

ନୂଆଦିଲ୍ଲୀ: ସାଧାରଣତଃ ପୂର୍ବନିର୍ଦ୍ଧାରିତ ଫଳାଫଳକୁ ପାଥେୟ କରି ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହୋଇଥାଏା ରାଜ୍ୟ ବିଧାନସଭାରେ ଦଳୀୟ ସଭ୍ୟଙ୍କ ସ୍ଥିତି ଉପରେ ରାଜ୍ୟସଭା ସାଂସଦଙ୍କ ବିଜୟ ଥୟ ହୋଇଥାଏ। ମାତ୍ର ଯେତେବେଳେ ସେଭଳି ସ୍ଥିତିର ବ୍ୟତିକ୍ରମ ଘଟେ, ସେତେବେଳେ ରାଜନୈତିକ ପ୍ରତିଦ୍ବନ୍ଦିତା ରୋଚକ ଚର୍ଚ୍ଚାର ବିଷୟ ହୋଇଥାଏ। ତେବେ ଚଳିତ ଥରର ରାଜ୍ୟସଭା ନିର୍ବାଚନରେ ଗୁଜରାଟ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ସେଭଳି ସ୍ଥିତିର ଅବତାରଣା ହେଉଥିବା ଜଣାଯାଇଛି। ଅବଶ୍ୟ ରାଜ୍ୟସଭା ନିର୍ବାଚନର କେବଳ କିଛି ରାଜ୍ୟ ପାଇଁ ପ୍ରାକ୍‌ଲିଖିତ ଚିତ୍ରନାଟ୍ୟର କିଛି ଭାବପୂର୍ଣ୍ଣ ଦୃଶ୍ୟାବଳୀରେ ସାମାନ୍ୟ ପରିବର୍ତ୍ତନ ଘଟିଥାଏ।

ଚଳିତବର୍ଷ କୋଭିଡ୍–୧୯ ସଂକ୍ରମଣ ପୂର୍ବରୁ ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଘୋଷିତ ହୋଇଥିବା ବେଳେ ସେଥିରୁ ପୂର୍ବନିର୍ଦ୍ଧାରିତ ଫଳାଫଳ ସ୍ବରୂପ ୩୭ ଜଣ ନିର୍ଦ୍ବନ୍ଦରେ ବିଜୟୀ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସ, ବିଜେଡି, ଡିଏମ୍‌କେ ଓ ଟିଏମ୍‌ସିର ଚାରି ଜଣ ଲେଖାଏଁ ଏବଂ ଜେଡିୟୁ, ଏଆଇଏଡିଏମ୍‌କେ ଓ ଏନ୍‌ସିପିର ଦୁଇ ଜଣ ଲେଖାଏଁ ରହିଛନ୍ତି। ସେହିପରି ବାକି ୧୮ଟି ଆସନ ପାଇଁ କୋଭିଡ୍ ଯୋଗୁଁ ସ୍ଥଗିତ ଥିବା ନିର୍ବାଚନ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛିା ସେଥିରୁ ବିଜେପି ଗୁଜରାଟରୁ ୩ଟି, ମଧ୍ୟପ୍ରଦେଶରୁ ଦୁଇଟି ଏବଂ ରାଜସ୍ଥାନ, ଝାଡ଼ଖଣ୍ତ ଓ ମଣିପୁରରୁ ଗୋଟିଏ ଲେଖାଏଁ ପାଇବା ନିଶ୍ଚିତା ସେହିପରି ଆନ୍ଧପ୍ରଦେଶର ୪ଟି ଯାକ ଆସନ ୱାଇଏସ୍‌ଆସିପି ହାତେଇବାଟା ଥୟ। ସେହିପରି କଂଗ୍ରେସ ରାଜସ୍ଥାନରୁ ଦୁଇଟି ଏବଂ ମଧ୍ୟପ୍ରଦେଶ ଓ ଗୁଜରାଟରୁ ଗୋଟିଏ ଲେଖାଏଁ ଆସନ ଜିତିବା ସ୍ପଷ୍ଟ ଜଣାଯାଉଛି। ଏଥି ସହିତ ଆଉ ୬ଟି ନୂଆ ଆସନ ପାଇଁ ମଧ୍ୟ ସେହିଦିନ ନିର୍ବାଚନ ହେବା ଗତ ପହିଲାରେ ନିର୍ବାଚନ ତାରିଖ ଘୋଷିତ ହୋଇଥିବା ଏହି ନୂଆ ଆସନଗୁଡି଼କ ମଧ୍ୟରୁ କର୍ଣ୍ଣାଟକରୁ ୪ଟି ଏବଂ ଅରୁଣାପ୍ରଦେଶ ଓ ମିଜୋରାମରୁ ଗୋଟିଏ ଲେଖାଏଁ ରହିଛି।

Comments (0)
Add Comment