୨୨ ଯାତ୍ରୀଙ୍କ ସହ ନିଖୋଜ ହେଲା ହେଲିକପ୍ଟର

ନୂଆଦିଲ୍ଲୀ: ରୁଷର MI-8T ହେଲିକପ୍ଟର ନିଖୋଜ ହୋଇଯାଇଛି। ଏହି ହେଲିକପ୍ଟରରେ ତିନି ଜଣ କ୍ରୁ ସଦସ୍ୟଙ୍କ ସମେତ ୨୨ ଜଣ ଯାତ୍ରୀ ଥିଲେ।

ତେବେ ଏହି ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇଥିବା ଚର୍ଚ୍ଚା ହେଉଛି। ଋଷର ବିମାନ ପରିବହନ ଏଜେନ୍ସି ଅନୁଯାୟୀ, ଏହି ହେଲିକପ୍ଟରଟି କାମଚାଟକା ଅଞ୍ଚଳର ଭାକ୍କାଜେଟ୍ ଆଗ୍ନେୟଗିରି ନିକଟସ୍ଥ ଏକ ସ୍ଥାନରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ନିକୋଲାଇଭ୍କା ଅଭିମୁଖେ ଯାଉଥିଲା।

ହେଲିକପ୍ଟରଟି ଠିକ୍ ସମୟରେ ବେସକୁ ଫେରି ନଥିଲା। ଯାହା ପରେ କ୍ରୁ ସଦସ୍ୟଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ କୋଣସି ଲାଭ ମିଳିନଥିଲା।

ଏହା ପରେ କୌଣସି ଦୁର୍ଘଟଣା ହୋଇଥିବା ଆଶଙ୍କାରେ ଉଦ୍ଧାରକାରୀ ଦଳ ନିଖୋଜ ହେଲିକପ୍ଟର ଖୋଜିବା ଆରମ୍ଭ କରିଛନ୍ତି। ଏହାକୁ ଖୋଜିବା ପାଇଁ ଆଉ ଏକ ବିମାନ ପଠାଯାଇଥିବା ଜଣାପଡିଛି।

Comments (0)
Add Comment