ନୂଆଦିଲ୍ଲୀ: ଦିଲ୍ଲୀ ନିକଟ ଫରିଦାବାଦରେ ରହୁଥିବା ଜଣେ ୯ ବର୍ଷୀୟ ଝିଅ ‘ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର ଅଫ୍ ଦି ଇୟର’ର ରନର୍ ଅପ୍ ହୋଇପାରିଛନ୍ତି।
ଏହି ଝିଅଟିର ନାମ ଶ୍ରୀୟୋବି ମେହେଟ୍ଟା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଶ୍ରୀୟୋବି ନିଜ ପିତାଙ୍କ ସହିତ ଜାତୀୟ ଉଦ୍ୟାନ ବୁଲିବାକୁ ଯାଇଥିଲେ। ଏହି ସମୟରେ ଦୁଇଟି ମୟୂରର ଏକ ଚମତ୍କାର ଫଟୋ ଉଠାଇଥିଲେ। ସେ ପାର୍କରେ ଏଭଳି ଏକ ଫଟୋ ଉଠାଇଛନ୍ତି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । “ଇନ୍ ଦି ସ୍ପଟ୍ ଲାଇଟ୍” ଶୀର୍ଷକ ଆକର୍ଷଣୀୟ ଏହି ଫଟୋରେ ଗଛ ତଳେ ଏକ ଯୁଗଳ ମୟୂର ବସିଥିବାର ଦେଖାଯାଇଛି।
ଆଉ ଏହି ଚିତ୍ର ପାଇଁ ସେ ‘ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର ଅଫ୍ ଦି ଇୟର’ରେ ରନର୍ ଅପ୍ ଭାବରେ ମନୋନୀତ ହୋଇଛନ୍ତି।
ଜାତୀୟ ଇତିହାସ ସଂଗ୍ରହାଳୟ (ଏନଏଚଏମ୍) ପ୍ରତିବର୍ଷ ଲଣ୍ଡନରେ ଏହି ପ୍ରତିଯୋଗିତା ଆୟୋଜନ କରିଥାଏ। ବିଶ୍ୱର ଅନେକ ବଡ଼ବଡ଼ ଫଟୋଗ୍ରାଫର ଏଥିରେ ଅଂଶଗ୍ରହଣ କରିଥାନ୍ତି। କିନ୍ତୁ ୯ମ ଶ୍ରେଣୀରେ ପଢୁଥିବା ଶ୍ରୀୟୋବି ସମସ୍ତଙ୍କୁ ପଛରେ ପକାଇ ଏହି ଟାଇଟଲ୍ ହାତେଇଛନ୍ତି।