ପାରାଦୀପରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ପାରାଦୀପ: ପାରଦୀପ ବାଉରିଆ ପାଳନ୍ଦା ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ହୋଇଛି। ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି। ଗୋଟିଏ ବଗି ଟ୍ରାକ୍ ବାହାରକୁ ଓଲଟି ପଡିଥିବାବେଳେ ଅନ୍ୟଟି ଟ୍ରାକରୁ ଖସିପଡିଛି। ଟ୍ରେନଟି ଲାଇନଚ୍ୟୁତ ହେବା ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ଟ୍ରେନଟି ମାଲ ଲୋଡିଂ ପାଇଁ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଥିଲା। ଏହି ସମୟରେ ଗୋଟିଏ ବଗି ଟ୍ରାକରୁ ଖସି ଯାଇଥିଲା। ଅନ୍ୟ ଏକ ବଗି ଟ୍ରାକ ବାହାରକୁ ଆସି ଓଲଟି ପଡ଼ିଥିଲା। ପାରାଦୀପ ବନ୍ଦରାଞ୍ଚଳକୁ ବଗି ଗୁଡିକ ନେବାବେଳେ ଏଭଳି ଅଘଟଣ ଘଟିଛି।

ଘଟଣା ଘଟିବା ପରେ ତୁରନ୍ତ ପୋର୍ଟ କର୍ମଚାରୀ ଓ ରେଲୱେ ବିଭାଗର କର୍ମଚାରୀ ପହଞ୍ଚି ଟ୍ରାକ୍ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି।

Comments (0)
Add Comment