କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀଙ୍କ ପୁତୁରା କହି ଲୋକଙ୍କୁ ଚୁନା ଲଗାଉଥିବା ଠକକୁ ବାନ୍ଧିଲା କ୍ୟାପିଟାଲ ଥାନା ପୋଲିସ। ଚାକିରି ଦେବା ଓ ବଦଳି କରାଇବାକୁ କହି କୋଟି କୋଟି ଟଙ୍କା ଠକେଇ କରୁଥିଲା ଅଭିଯୁକ୍ତ ଜଣଙ୍କ । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ଠକ ରାହୁଲ ସାହୁଙ୍କୁ ବାନ୍ଧିଲା ପୋଲିସ l ରାହୁଲଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି କ୍ୟାପିଟାଲ ଥାନା ପୋଲିସ।

ସୂଚନା ଅନୁସାରେ, ନିଜ ସୋସିଆଲ ମିଡିଆରେ ବଡ଼ ବଡ଼ ନେତାମନ୍ତ୍ରୀଙ୍କ ପାଖରେ ଛିଡ଼ା ହୋଇଥିବାର ଫଟୋ ପୋଷ୍ଟ କରୁଥିଲେ ଠକ ରାହୁଲ । ଏଥିସହ ନିଜକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା ବୋଲି ମଧ୍ୟ କହୁଥିଲା l କାହାକୁ ଚାକିରି ତ କାହାକୁ ବଦଳି ଏବଂ ପେଟ୍ରୋଲ ପମ୍ପ କରାଇବା ଭଳି ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି ଠକୁଥିଲା ଏହି ଠକ ଜଣଙ୍କ l
କାମ କରିବା ପୂର୍ବରୁ ବାବୁଜଣକ ଅଗ୍ରୀମ ଟଙ୍କା ମୋଟା ଆକାରରେ ନେଇ ଯାଉଥିଲେ। ମାତ୍ର ପରେ ଆଉ ଧରାଛୁଆଁ ଦେଉ ନଥିଲେ। ଶେଷରେ ହୋଟେଲ ରୁମ ଭିତରେ ଠକ ରାହୁଲକୁ ଲୋକମାନେ ମାଡି ବସି ପୋଲିସରେ ଖବର ଦେଇଥିଲେ। ପୋଲିସ ଅଭିଯୁକ୍ତ ଗିରଫ କରିବା ସହ ଅଧିକ ପଚରାଉଚରା କରୁଥିବା ବେଳେ ତାଙ୍କ ଫୋନ୍‌ ଜବତ କରିଛି। ଏଥିସହ ତାଙ୍କ ନିକଟରୁ ବହୁ ଜାଲ୍‌ ନିଯୁକ୍ତିପତ୍ର ଏବଂ ବଦଳି ଆଦେଶ ବି ଜବତ କରିଛି ପୋଲିସ୍‌ ।
Comments (0)
Add Comment