ଚେନ୍ନାଇ: ସୁପରଷ୍ଟାର ଥାଲାପାଥି ବିଜୟଙ୍କ ଆଗାମୀ ଚଳଚ୍ଚିତ୍ର ‘ ଦ ଗ୍ରେଟେଷ୍ଟ ଅଫ ଅଲ ଟାଇମ (ଗୋଟ୍)କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଏହି ଫିଲ୍ମରେ ଏମଏସ୍ ଧୋନୀ ଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଜୋରଦାର କ୍ରେଜ ଦେଖିବାକୁ ମିଳିଛି।
ଏହି ଫିଲ୍ମ ସେପ୍ଟେମ୍ବର ୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହାର ଆଡଭାନ୍ସ ବୁକିଂ ମଧ୍ଯ ଭଲ ରୋଜଗାର କରୁଛି।
ତେବେ ସମସ୍ତ ଗୁଜବ ଉପରେ ସ୍ପଷ୍ଟୀକରଣ ଦେଇ ନିର୍ଦ୍ଦେଶକ ଭେଙ୍କଟ ପ୍ରଭୁ କହିଛନ୍ତି ଯେ ଫିଲ୍ମରେ ଧୋନୀ ନାହାଁନ୍ତି। ଭେଙ୍କଟ ପ୍ରଭୁ ଆହୁରି କହିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏକ କ୍ରିକେଟ୍ ମ୍ୟାଚ୍ ଦେଖାଯାଇଛି ଏବଂ ଏହାକୁ ଧ୍ୟାନରେ ରଖି ଉଭୟ ଫ୍ରାଞ୍ଚାଇଜର ପ୍ରମୁଖ କ୍ରିକେଟରଙ୍କ ଝଲକ ଦେଖିବାକୁ ମିଳିବ।
ଫିଲ୍ମ ଇଣ୍ଡଷ୍ଟ୍ରିରେ ବିଜୟଙ୍କର ଏକ ବଡ଼ ଷ୍ଟାରଡମ୍ ଥିବାବେଳେ ଏମ୍ଏସ୍ ଧୋନିଙ୍କର ଏହି ରାଜ୍ୟରେ ବିପୁଳ ପ୍ରଶଂସକ ଅଛନ୍ତି । ଏହାର ଅନ୍ୟତମ କାରଣ ହେଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍। ଆଇପିଏଲ୍ ରେ ଚେନ୍ନାଇ ସୁପର କିଙ୍ଗ୍ସରୁ ଧୋନୀ ପ୍ରତିନିଧିତ୍ବ କରନ୍ତି।