ଆସନ୍ତା ୯ରେ ଭାରତ ଗସ୍ତରେ ଆସିବେ ଆବୁଧାବିର କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ସେପ୍ଟେମ୍ବର ୯ରେ ଆବୁଧାବିର କ୍ରାଉନ ପ୍ରିନ୍ସ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହିନ ଭାରତ ଗସ୍ତରେ ଆସିବେ।

୯ ଓ ୧୦ ତାରିଖରେ ତାଙ୍କର ଦୁଇ ଦିନିଆ ଗସ୍ତ ସମୟରେ ଶେଖ ଖାଲିଦ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଏହା ପରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଏବଂ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ତେବେ କ୍ରାଉନ ପ୍ରିନ୍ସ ଭାବରେ ଶେଖ ଖାଲିଦଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ।

ଚଳିତ ବର୍ଷ ପ୍ରାରମ୍ଭରେ, ୟୁଏଇର ରାଷ୍ଟ୍ରପତି ମହମ୍ମଦ ବିନ୍ ଜାଏଦ ଅଲ ନାହିୟାନ୍ ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ସହ ଭିବ୍ରାନ୍ତ ଗୁଜୁରାଟ ଗ୍ଲୋବାଲ ସମିତିରେ ସାମିଲ ହୋଇଥିଲେ।

ପରେ ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁଏଇ ରାଷ୍ଟ୍ରପତି ଅହମ୍ମଦାବାଦରେ ଏକ ରୋଡ୍ ସୋ କରିଥିଲେ।

Comments (0)
Add Comment