ବଦଳିଲା ବନ୍ଦେ ମେଟ୍ରୋର ନାଁ, ନୂଆ ନାମରେ ହେବ ପରିଚିତ

ନୂଆଦିଲ୍ଲୀ: ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନର ନାମ ବଦଳିଛି। ଏହାର ନାମ ‘ନମୋ ଭାରତ ରାପିଡ ରେଳ’ ରଖାଯାଇଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଅହମଦାବାଦ ଏବଂ ଗାନ୍ଧିନଗରକୁ ଯୋଡୁଥିବା ମେଟ୍ରୋ ଟ୍ରେନ ସେବାର ଆରମ୍ଭ କରିବେ । କିନ୍ତୁ ଏହା ପୂର୍ବରୁ ରେଲୱେ ପକ୍ଷରୁ ବନ୍ଦେ ମେଟ୍ରୋ ଟ୍ରେନର ନାଁକୁ ନେଇ ଏବି ନିଷ୍ପତ୍ତି ନିଆଯାଇଛି।

ରେଲୱେ ପକ୍ଷରୁ ବନ୍ଦେ ମେଟ୍ରୋ ଟ୍ରେନ ନାମ ପରିବର୍ତ୍ତନ କରାଯାଇଛି । ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ଏବଂ ରେଳ ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅହମ୍ମଦାବାଦ ଏବଂ ଭୁଜ ମଧ୍ୟରେ ଚାଲୁଥିବା ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନକୁ ସବୁଜ ପତାକା ଦେଖାଇବେ। ବିଶେଷକରି ଗୁଜରାଟର ଲୋକଙ୍କ ପାଇଁ ନାମୋ ଭରତ ରାପିଡ ରେଳ ଟ୍ରେନ ଏକ ବଡ ଉପହାର ଭାବରେ ବିବେଚନା କରାଯାଉଛି।

ପଶ୍ଚିମ ରେଲୱେ ଅଧିକାରୀଙ୍କ ଅନୁସାରେ, ଅହମଦାବାଦ-ଭୁଜ ବନ୍ଦେ ଭାରତ ଟ୍ରେନ(ନମୋ ଭାରତ ରାପିଡ ରେଲ) ୯ଟି ଷ୍ଟେସନରେ ରହିବ। ୧୧୦ କିମି ପ୍ରତି ଘଣ୍ଟାରୁ ଅଧିକ ସ୍ପିଡରେ ଯାଉଥିବା ଟ୍ରେନ ୫ ଘଣ୍ଟା ୪୫ ମିନିଟରେ ୩୬୦ କିମି ଦୂର ଯାତ୍ରା କରିବ । ଭୁଜରୁ ସକାଳ ୫.୦୫ରେ ଟ୍ରେନ ଛାଡିବ ଏବଂ ସକାଳ ୧୦.୩୦ ରେ ଅହମଦାବାଦରେ ପହଞ୍ଚିବ । ଯାତ୍ରୀଙ୍କୁ ଏହି ସେବା ନିୟମିତ ଭାବେ ଆସନ୍ତାକାଲିରୁ ମିଳିବ । ଏଥିପାଇଁ ଯାତ୍ରୀଙ୍କୁ ୪୫୫ ଟଙ୍କା ଦେବାକୁ ମିଳିବ ।

Comments (0)
Add Comment