ଏନଆରଏଆଇର ନୂଆ ଅଧ୍ୟକ୍ଷ କଳିକେଶ

ଭୁବନେଶ୍ୱର: ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ ବିଜେଡି ନେତା କଳିକେଶ ନାରାୟଣ ସିଂ ଦେଓ ଜାତୀୟ ରାଇଫଲର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି।

ଶନିବାର ଦିନ ଦିଲ୍ଲୀର ସମ୍ବିଧାନ କ୍ଲବ ଅଫ୍ ଇଣ୍ଡିଆରେ ହୋଇଥିବା ରାଇଫଲ ସଂଘର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ ଭି.କେ ଧଲ୍ ଙ୍କୁ ୩୬-୨୧ ଭୋଟରେ ପରାସ୍ତ କରିଥିଲେ।

ଗତ ବର୍ଷ ସରକାରଙ୍କ ଜାତୀୟ କ୍ରୀଡ଼ା ସଂହିତା (ଏନଏସସି) ଅନୁଯାୟୀ ରନିନ୍ଦର ସିଂଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡିଥିଲା। ଯାହା ପରେ କଳିକେଶ ଏନଆରଏଆଇ ର ସମସ୍ତ ପରିଚାଳନା ଦାୟିତ୍ୱ ତୁଲାଉଥିଲେ।

Comments (0)
Add Comment