ଭାରତ ଫେରିବ ଚୋରି ହୋଇଥିବା ପ୍ରାୟ ୨୯୭ ମୂଲ୍ୟବାନ ପୁରୁଣା ସାମଗ୍ରୀ

ନୂଆଦିଲ୍ଲୀ: ଭାରତ ଫେରିବ ଚୋରି ହୋଇଥିବା ପ୍ରାୟ ୨୯୭ ମୂଲ୍ୟବାନ ପୁରୁଣା ସାମଗ୍ରୀ । ଆମେରିକାରୁ ଫେରାଇ ଆଣିବେ ପ୍ରଧାନମନ୍ତ୍ରୀ ମୋଦୀ । ତେବେ କିଛି ମାତ୍ରାରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସଫଳ ହେବା ପରି ଅନୁମାନ କରାଯାଉଛି । ଗୋଟେ ପଟେ ଅନେକ ଦେଶର ମୁଖ୍ୟ ମାନଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିଥିବା ବେଳେ ଅନ୍ୟପଟେ ଭାରତ ଫେରିବା ବେଳେ ମୋଦୀ ଏପରି କିଛି ଜିନିଷ ନେଇ ଆସିବେ ଯାହା ଭାରତରୁ ଅନେକ ବର୍ଷ ପୂର୍ବରୁ ଚୋରା ଚାଲାଣ କରାଯାଇଥିଲା । ଯାହା ଭାରତର ପରିଚୟ ।

ସୂଚନା ଅନୁସାରେ, ଆମେରିକା ଭାରତୀୟ ସଂସ୍କୃତି ସହିତ ଜଡିତ ୨୯୭ଟି ମୂଲ୍ୟବାନ ଜିନିଷ ଫେରସ୍ତ କରିଛି, ଯାହା ଅନେକ ବର୍ଷ ପୂର୍ବରୁ ଭାରତରୁ ଚୋରା ଚାଲାଣ କରାଯାଇଥିଲା । ଏହି ପଦକ୍ଷେପ ପାଇଁ ପିଏମ ମୋଦୀ ଆମେରିକାର ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ  ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଧନ୍ୟବାଦ ଦେଇଛନ୍ତି । ଏବଂ ଏହି କାର୍ଯ୍ୟ ପାଇଁ ମୁଁ ଆମେରିକା ସରକାରଙ୍କୁ ବହୁତ କୃତଜ୍ଞ ବୋଲି ପୋଷ୍ଟରେ ଉଲ୍ଲେଖ କରୁଛନ୍ତି ।

 

ତେବେ କହିରଖୁଛୁ ଯେ, ୨୦୧୪ ପରଠାରୁ ଏଯାବତ୍ ପର୍ଯ୍ୟନ୍ତ ଭାରତ ପୃଥିବୀର ବିଭିନ୍ନ ଦେଶରୁ ୬୪୦ଟି ଭାରତୀୟ ସଂସ୍କୃତି ସହ ଜଡିତ ଐତିହ୍ୟ ସାମଗ୍ରୀ ଫେରାଇ ଆଣିଛି ।ଚଳିତ ବର୍ଷ ଜୁଲାଇରେ ଭାରତ ଏବଂ ଆମେରିକା ସାଂସ୍କୃତିକ ସମ୍ପତ୍ତିର ବେଆଇନ କାରବାର ବନ୍ଦ କରିବା ଏବଂ ପୁରାତନ ସ୍ଥାନଗୁଡ଼ିକୁ ମୂଳ ସ୍ଥାନକୁ ଫେରାଇବା ପାଇଁ ସେମାନଙ୍କର ପ୍ରଥମ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ।

Comments (0)
Add Comment