ଝିଅକୁ ଦୁଷ୍କର୍ମ ଶିକାର ହେବାରୁ ବଞ୍ଚାଇଲା ମାଙ୍କଡ଼

ବାଗପାତ: ଝିଅକୁ ଦୁଷ୍କର୍ମ ଶିକାର ହେବାରୁ ବଞ୍ଚାଇଲା ମାଙ୍କଡ଼। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ମେରଟ ଅନ୍ତର୍ଗତ ବାଗପାତରେ।

ସୂଚନା ଅନୁଯାୟୀ, ୟୁପିରେ ଜଣେ ଯୁବକ ୬ବର୍ଷର କୁନି ଝିଅକୁ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲା। ଏପରିକି ତା’ର ପୋଷାକ ଖୋଲି ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ।

ଏହି ସମୟରେ ହଠାତ୍ ଏକ ମାଙ୍କଡ଼ ଦଳ ସେଠାରେ ପହଞ୍ଚିଥିଲେ। ଏହା ପରେ ମାଙ୍କଡ଼ମାନେ ଅଭିଯୁକ୍ତକୁ ପ୍ରଥମେ ଭୟଭୀତ କରାଇଥିଲେ। କିନ୍ତୁ ଅଭିଯୁକ୍ତ ଝିଅକୁ ଛାଡ଼ି ନ ଯିବାରୁ ମାଙ୍କଡ଼ ପଲ ତା’କୁ ଆକ୍ରମଣ କରିଥିଲେ।  ମାଙ୍କଡମାନଙ୍କୁ ଦେଖି ଯୁବକ ଭୟଭୀତ ହୋଇ ସେଠାରୁ ପଳାଇଯାଇଥିଲା। ଯାହାପରେ ଭୟଭୀତ ହୋଇ ଯାଇଥିବା ଝିଅଟି ଘରେ ପହଞ୍ଚି ମା’ ବାପାଙ୍କୁ ସବୁ କଥା କହିଥିଲା।

ତେବେ ଏନେଇ ନାବାଳିକାଙ୍କ ପରିବାର ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ସିସିଟିଭି ଫୁଟେଜ ଆଧାରରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଖୋଜିବାରେ ଲାଗିଛି। ସିସିଟିଭିରେ ଯୁବକ ଜଣକ ଝିଅକୁ ସାଙ୍ଗରେ ନେଇ ଯାଉଥିବାର ନଜର ଆସିଛି।

Comments (0)
Add Comment