ଶେଖ ହସିନାଙ୍କ ବିରୋଧରେ ଗିରଫ ପରୱାନା ଜାରି

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡୁଆ ବୃଦ୍ଧି ପାଇବାରେ ଲାଗିଛି। ବାଂଲାଦେଶ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ନଭେମ୍ବର ୧୮ ସୁଦ୍ଧା ଶେଖ ହସିନାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଶେଖ ହସିନାଙ୍କ ବ୍ୟତୀତ ୪୫ ଜଣଙ୍କ ବିରୋଧରେ ମଧ୍ୟ ୱାରେଣ୍ଟ ଜାରି କରାଯାଇଛି। ଏଥିରେ ଅୱାମୀ ଲିଗର ବରିଷ୍ଠ ନେତାମାନେ ମଧ୍ଯ ସାମିଲ ରହିଛନ୍ତି ।

ତେବେ ବାଂଲାଦେଶର ଆନ୍ତର୍ଜାତୀୟ ଅପରାଧିକ ପ୍ରାଧୀକରଣ (ଆଇସିଟି) ମୁଖ୍ୟ ଓକିଲ ମହମ୍ମଦ ତାଜୁଲ ଇସଲାମ ଏହି ସୂଚନା ଦେଇଛନ୍ତି। ମାନବାଧିକାର ଉଲ୍ଲଂଘନ ସହ ଜଡିତ ଅନେକ ମାମଲାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ତଦନ୍ତ କରାଯାଉଛି। ଛାତ୍ର ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଅନେକ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ଯ ହୋଇଛି।

Comments (0)
Add Comment