ଏଣିକି ବାଲିଯାତ୍ରାରେ ଗଡ଼ବ ଇ-ରିକ୍ସା, ଭୁଆଶୁଣୀ ଗଡ଼ାରୁ କ୍ୟାଣ୍ଟନ୍‌ମେଣ୍ଟ ପର୍ଯ୍ୟନ୍ତ ମାଗଣାରେ ଚାଲିବ ବସ୍‌

କଟକ: ଏଣିକି ବାଲିଯାତ୍ରାରେ ଚାଲିବ ଇ-ରିକ୍ସା। ପୁରୀରୁ ଆସିବ ୩୦ଟି ଇ-ରିକ୍ସା। ବାଲିଯାତ୍ରାର ତଳ ପଡ଼ିଆରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ମହିଳା, ଛୋଟ ପିଲାଙ୍କୁ ବୁଲାଇବା ପାଇଁ ଇ-ରିକ୍ସା ଚାଲିବ। ଯେତିକି ଇ-ରିକ୍ସାର ଆବଶ୍ୟକତା ରହିଛି ସେଥିରୁ ୩୦ଟି ଇ-ରିକ୍ସା ପୁରୀରୁ ଅଣାଯିବ। ତେବେ ଏହା ଦେୟମୁକ୍ତ ନୁହେଁ। ଏଥିପାଇଁ ଅର୍ଥ ପ୍ରଦାନ କରିବାକୁ ପଡ଼ିବ।

ଭିଆଇପି, ଭିଭିଆଇପି, ବାଲିଯାତ୍ରାକୁ ଆସିଥିବା ଅତିଥିଙ୍କ ପାଇଁ ଏହି ସେବା ମାଗଣାରେ ମିଳିବ। ବାଲିଯାତ୍ରାରେ ପରିବହନ ସେବାକୁ ନେଇ ଅନୁଷ୍ଠିତ ପ୍ରଥମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବୈଠକରେ ଗତବର୍ଷ ବାଲିଯାତ୍ରାରେ ଯେଉଁଭଳି ପ୍ରସ୍ତୁତି ହୋଇଥିଲା ଚଳିତବର୍ଷ ମଧ୍ୟ ସେହିଭଳି କଟକ ଆର୍‌ଟିଓଙ୍କ ପକ୍ଷରୁ ବାଲିଯାତ୍ରା ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା।

ଭୁଆଶୁଣୀ ଗଡ଼ାରୁ କ୍ୟାଣ୍ଟନ୍‌ମେଣ୍ଟ ପଡ଼ିଆ ପର୍ଯ୍ୟନ୍ତ ମାଗଣାରେ ବାଲିଯାତ୍ରାକୁ ଆସୁଥିବା ଦର୍ଶକଙ୍କୁ ମାଗଣାରେ ବସ୍‌ସେବା ଯୋଗାଇ ଦିଆଯିବ। ଇ-ରିକ୍ସା ଡ୍ରାଇଭରମାନଙ୍କୁ ସିଡିଏ ସ୍ଥିତ ଡ୍ରାଇଭିଂ ଟେଷ୍ଟ ଟ୍ରାକ୍‌ରେ ରଖାଯିବାର ବ୍ୟବସ୍ଥା କରାଯିବ। ପ୍ରଥମ ଥର ପାଇଁ ଏହି ପ୍ରସ୍ତୁତି ବୈଠକ ବସିଥିଲା। ପୂର୍ବବର୍ଷର କିଛି ନିଷ୍ପତ୍ତିକୁ ଦେହାରାଯିବାକୁ ଥିବାବେଳେ ଆବଶ୍ୟକତା ଆଧାରରେ ଆଉ କିଛି ନୂଆ ନିଷ୍ପତ୍ତି ମଧ୍ୟ ନିଆଯାଇ ପାରେ ବୋଲି ସଂସ୍କୃତି ଅଧିକାରୀ କରିଛନ୍ତି।

Comments (0)
Add Comment