ସରକାର ଛଟେଇ ବନ୍ଦ କରନ୍ତୁ, ଆମକୁ ଏନଏଚଏମରେ ଆଡ୍ କରାଯାଉ

ଭୁବନେଶ୍ବର: ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ନର୍ସିଙ୍ଗ ଅଫିସର, ଏଏନଏମ, ଫାର୍ମାସିଷ୍ଟ ଓ ଏଲ.ଟି ମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ଅନେକ ଦାବି ନେଇ ଆଜି ଲୋୟର ପିଏମଜିରେ ଧାରଣା ମଧ୍ୟ ଦେଉଛନ୍ତି। ମହାମାରୀ କୋଭିଡ ଭଳି ସଂକଟାପନ୍ନ ପରିସ୍ଥିତିରେ ସ୍ଵସ୍ତ୍ୟ ବିଭାଗର  ନିର୍ଦ୍ଦେଶରେ ସେବା ଯୋଗାଇ ଥିବା ପାରା ମେଡ଼ିକାଲ କର୍ମଚାରୀ ମାନଙ୍କୁ ସରକାରଙ୍କ ଛଟେଇ ବିରୋଧରେ ସେମାନେ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଥିଲା।

ବିକ୍ଷୋଭକାରୀଙ୍କ କହିବା ଅନୁସାରେ, ସରକାରଙ୍କ ନିର୍ଦ୍ଦେଶାନୁସାରେ ସେମାନେ ଆଜକୁ ୫ ବର୍ଷ ହେଲା ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ ମଧ୍ୟ ବିଭିନ୍ନ ମେଡିକାଲରେ ସେମାନଙ୍କୁ ଛଟେଇ କରି ଦିଆଯାଉଛି। ପଢିବାକୁ ସମୟ ନଥିବା ବେଳେ କେତେକଙ୍କ ବୟସ ସୀମା ଅଧିକ ହେତୁ ସେମାନେ ଓଏସଏସସି ପରୀକ୍ଷା ମଧ୍ୟ ଦେଇ ପାରୁ ନାହାନ୍ତି। ସେମାନଙ୍କୁ ଏନଏଚଏମରେ ଯୋଡିବା ସହ ଛଟେଇ ବନ୍ଦ କରିବାକୁ ସଭାପତି ଦେବାଶିଷ ତରାଇଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି।

Comments (0)
Add Comment