କାଲି ସୁଦ୍ଧା ଆସିବ ବାତ୍ୟା ‘ଦାନା’ କ୍ଷୟକ୍ଷତି ଚୂଡ଼ାନ୍ତ ରିପୋର୍ଟ :ସୁରେଶ ପୂଜାରୀ

ସମ୍ବଲପୁର : ବାତ୍ୟା ‘ଦାନା’  କାରଣରୁ ହୋଇଥିବା କ୍ଷୟକ୍ଷତି ଆକଳନ ଆସନ୍ତା କାଲି ଅର୍ଥାତ ଶନିବାର ସାରିବ।  ରବିବାର ଏସଆରସି ନିକଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ବାତ୍ୟାରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡାରେ ବିଶେଷ କ୍ଷୟକ୍ଷତି ହୋଇଛି ।  ଏହି ଜିଲ୍ଲାମାନଙ୍କରେ ଘର, ଫସଲ ନଷ୍ଟ ହେବା ସହିତ ବିଭିନ୍ନ ବିଭାଗର ମଧ୍ୟ କ୍ଷୟକ୍ଷତି ହୋଇଛି ।

କେବଳ ଶକ୍ତି ବିଭାଗର ରିପୋର୍ଟ ବିଳମ୍ବ ହୋଇପାରେ ବୋଲି ମନ୍ତ୍ରୀ କହିଛନ୍ତି।  ରିପୋର୍ଟ ଦାଖଲ ପରେ ପ୍ରଥମେ ଫସଲ ଓ ଘରର କ୍ଷତିପୂରଣ ଦିଆଯିବ ଓ ପରେ ବିଭିନ୍ନ ବିଭାଗର କ୍ଷତି ପୂରଣ ଦିଆଯିବ।ଏହି କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆସିବାର ସମ୍ଭାବନା ଅଛି । କେନ୍ଦ୍ରୀୟ ଟିମ ଆକଳନ କଲେ କେନ୍ଦ୍ରରୁ କ୍ଷତିପୂରଣ ଟଙ୍କା ଆସିବ।  ତା ପୂର୍ବରୁ ରାଜସ୍ବ ବିଭାଗରେ ଥିବା ଅର୍ଥ କ୍ଷତିଗ୍ରସ୍ତମାନଙ୍କୁ ପ୍ରଦାନ କରାଯିବା ନେଇ ରାଜସ୍ବ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି ଆମେ ଅର୍ଥାତ ଓଡିଶା ମଧ୍ୟ କେନ୍ଦ୍ର ସରକାରଙ୍କୁ କ୍ଷୟକ୍ଷତିର ତଥ୍ୟ ପ୍ରଦାନ କରିବ।  ଏହାସହ ଅନ୍ୟ ଜିଲ୍ଲା ମାନଙ୍କରେ ହୋଇଥିବା କ୍ଷତି ମଧ୍ୟ ଆକଳନ କରି କ୍ଷତିପୂରଣ ଦିଆଯିବ ବୋଲି ସେ କହିଛନ୍ତି।

Comments (0)
Add Comment