ସଲମାନଙ୍କ ପରେ ନିଶାନାରେ ଶାହରୁଖ, ଫୋନରେ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ: ଏବେ ଯେମିତି ଦେଶରେ ହତ୍ୟା ଧମକ ଟ୍ରେଣ୍ଡ କରୁଛି । ଜୀବନ ନେଇଯିବା ଏବେ ଯେମିତି ପିଲାଙ୍କ ଖେଳ ପାଲଟିଛି । ସେ ବଲିଉଡ ସୁପରଷ୍ଟାର ହୁଅନ୍ତୁ କି ରାଜନେତା କିମ୍ବା କୌଣସି ଚର୍ଚ୍ଚିତ ଚେହେରା, ପ୍ରତିଦିନ କାହାକୁ ନା କାହାକୁ ହତ୍ୟା ଧମକ ମିଳୁଛି । ଏଇ କିଛି ଦିନ ଏବେ ବିଷ୍ଣୋଇ ଗାଙ୍ଗ ବଲିଉଡ ଦବଙ୍ଗ ହିରୋ ସଲମାନଙ୍କ ଖାନଙ୍କ ପଛରେ ଲଗାତାର ହାତ ଧୋଇ ପଡିଥିବା ବେଳେ ଏବେ ବଲିଉଡ୍ କିଙ୍ଗ ଶାହାରୁଖ ଖାନଙ୍କୁ ମିଳିଛି ହତ୍ୟା ଧମକ ।

ଶାହରୁଖ ଖାନଙ୍କୁ ଜଣେ ଦୁର୍ବୃତ୍ତ ଫୋନ କଲରେ ହତ୍ୟା ଧମକ ଦେଇଥିବା ମହାରାଷ୍ଟ୍ରର ବାନ୍ଦ୍ରା ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେବେ କହିରଖୁଛୁ, ଏହି କଲ୍ ସିଧାସଳଖ ଶାହରୁଖଙ୍କୁ ଆସିନାହିଁ । ଦୁର୍ବୃତ୍ତ ଜଣଙ୍କ ବାନ୍ଦ୍ରା ପୋଲିସକୁ ଗତ ୫ ତାରିଖରେ କଲ କରି କହିଥିଲା, ଶାହରୁଖ ଖାନ୍ ମନ୍ନତରେ ରୁହେ ନା… ଯଦି ସିଏ ୫୦ ଲକ୍ଷ ଟଙ୍କା ନଦିଏ, ତେବେ ତାକୁ ମାରିଦେବି । ଯେତେବେଳେ ବୋଲି ପୋଲିସ୍ ତାକୁ ତାର ନାଁ ପଚାରିଥିଲା, ସେତେବେଳେ ସେ ଜବାବ ଦେଇଥିଲା କୋର ନାଁ କ’ଣ ତାହା ମୂଲ୍ୟ ରଖେ ନାହିଁ, ଯଦି ମୋ ନାଁ ଲେଖିବାକୁ ଚାହୁଁଛ, ତାହା ହେଲେ ହିନ୍ଦୁସ୍ଥାନୀ ଲେଖ ବୋଲି ସେ କହିଥିଲା । ଯାହାକୁ ନେଇ ଏବେ ପୂରା ବଲିଉଡ ଜଗତ ଏବଂ ଶାହରୁଖଙ୍କ ଫ୍ୟାନ୍ସ ଆଚମ୍ବିତ ହୋଇଯାଇଛନ୍ତି ।

Comments (0)
Add Comment