ପୁଅରୁ ଝିଅ ହେଲେ ପୂର୍ବତନ କ୍ରିକେଟରଙ୍କ ସନ୍ତାନ…

ନୂଆଦିଲ୍ଲୀ: ପୁଅରୁ ଝିଅ ହେଲେ ପୂର୍ବତନ କ୍ରିକେଟରଙ୍କ ସନ୍ତାନ। ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବଙ୍ଗରଙ୍କ ପୁଅ ଆର୍ଯ୍ୟନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ତାଙ୍କର ହରମୋନ୍ ପରିବର୍ତ୍ତନର କାହାଣୀ କୁହାଯାଇଛି।

ଭିଡିଓରେ ଦର୍ଶାଯାଇଛି ଯେ ୧୦ ମାସ ପୂର୍ବେ ପୁଅ ଭାବେ ଜୀବନ ବିତାଉଥିବା ଆର୍ଯ୍ୟନ୍ ବର୍ତ୍ତମାନ ସମ୍ପୁର୍ଣ୍ଣ ଝିଅ ହୋଇଯାଇଛନ୍ତି। ଆଉ ଏବେ ଆର୍ଯ୍ୟନ ନାମ ପରିବର୍ତ୍ତନ କରି ଅନାୟା ପାଲଟିଛନ୍ତି। ଆର୍ଯ୍ୟନ ବଙ୍ଗର ବର୍ତ୍ତମାନ ଇଂଲଣ୍ଡର ମଞ୍ଚେଷ୍ଟର ସହରରେ ରୁହନ୍ତି।

ଭାଇରାଲ ଭିଡିଓରେ କୁହାଯାଇଛି ଯେ ଗତ ୧୦ ମାସ ମଧ୍ୟରେ ତାଙ୍କର ଯାତ୍ରା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସେ ହରମୋନାଲ ପରିବର୍ତ୍ତନର ଏକ ପର୍ଯ୍ୟାୟ ଦେଇ ଗତି କରୁଥିଲେ କିନ୍ତୁ ବର୍ତ୍ତମାନ ସେ ବହୁତ ଖୁସି ଅଛନ୍ତି।

ତେବେ ଏହି ଘଟଣାରେ ଆର୍ଯ୍ୟନଙ୍କ ପିତା ସଞ୍ଜୟ ବଙ୍ଗରଙ୍କ କୌଣସି ମତ ମିଳିପାରିନାହିଁ।

Comments (0)
Add Comment