ଅବକାରୀ ବିଭାଗକୁ ବଡ ସଫଳତା: ୭୫ କେଜି ଗଞ୍ଜେଇ ଜବତ, ୨ ଗିରଫ

ଅନୁଗୋଳ: ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ଅନୁଗୋଳ ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ ଏବଂ ଜିଲ୍ଲା ଭ୍ରାମ୍ୟମାଣ ବିଭାଗର ମିଳିତ ସହଯୋଗରେ ୭୫ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି।

ସୂଚନା ଅନୁସାରେ ଆଜି ସକାଳ ୮ ଟା ବେଳେ ବଉଦ ଅଞ୍ଚଳରୁ ଏକ କାରରେ ଦୁଇ ଯୁବକ ଗଞ୍ଜେଇ ନେଇ ଆସୁଥିବା ଖବର ପାଇଥିଲା ଅବକାରୀ ବିଭାଗ। ଅନୁଗୋଳ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶରେ ଅନୁଗୋଳ ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ ଏବଂ ଜିଲ୍ଲା ଭ୍ରାମ୍ୟମାଣ ବିଭାଗ ବଡକେରା ଛକ ନିକଟରେ କାରକୁ ଅଟକାଇ ଯାଞ୍ଚ କରିଥିଲା।

ଯାହାଫଳରେ କାରରୁ ୭୫ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଗଞ୍ଜେଇର ଆନୁମାନିକ ମୁଲ୍ୟ ୭ ଲକ୍ଷ ୫୦ ହଜାର ଟଙ୍କା ହେବ। ଏହି ଘଟଣାର ସଦର ରେଞ୍ଜ୍ ଏକ ମାମଲା ରୁଜୁ କରି କାରକୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Comments (0)
Add Comment