ବିଜେପିର ନିର୍ବାଚନୀ ରାଲିରେ ମିଥୁନଙ୍କ ପର୍ସ ଚୋରି

ଧାନବାଦ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ​​ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା ମିଥୁନ ଚକ୍ରବର୍ତ୍ତୀଙ୍କ ପର୍ସ ଚୋରି ହୋଇଯାଇଛି।

ସୂଚନା ଅନୁଯାୟୀ, ସେ ଧନବାଦ୍ ଜିଲ୍ଲାର ନିର୍ସା ବିଧାନସଭାରୁ ବିଜେପି ପ୍ରାର୍ଥୀ ଅପର୍ନା ସେନ୍ ଗୁପ୍ତାଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ। ପ୍ରଚାର କରୁଥିବା ସମୟରେ କେହି ଜଣେ ତାଙ୍କ ପର୍ସ ଚୋରି କରିନେଇଥିଲେ। ତେବେ ଏହାପରେ ମଞ୍ଚ ଉପରୁ ଘୋଷଣା କରାଯାଇଥିଲା ଯେ ଯିଏ ପର୍ସ ଚୋରି କରିଛି ଦୟାକରି ପର୍ସ ଫେରସ୍ତ କରିଦିଅନ୍ତୁ। କାରଣ ପର୍ସରେ ବହୁତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଅଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ଯ ହେଉଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ନେତା ଘୋଷଣା କରିବା ସହ ପର୍ସ ଫେରାଇବା ପାଇଁ ଅନୁରୋଧ କରିଛନ୍ତି। ତେବେ ଏହି ପ୍ରଚାର ସଭାରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା ଓ ମଞ୍ଚ ଉପରେ ବହୁତ ମାତ୍ରାରେ ଜନସମାଗମ ମଧ୍ଯ ହୋଇଥିଲା।

ଅପରପକ୍ଷରେ ବିଭିନ୍ନ ଦଳର ନେତାମାନେ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ​​ବିଜେପି ପାଇଁ ପ୍ରଚାର କରିବାକୁ ଆସୁଛନ୍ତି। ଏହା ବ୍ୟତୀତ ବିଜେପି ଅନେକ ଷ୍ଟାର ପ୍ରଚାରକଙ୍କୁ ମଧ୍ୟ ପ୍ରଚାରରେ ସାମିଲ କରିଛି।

Comments (0)
Add Comment