ଦ୍ୱିତୀୟ ବିଶ୍ବଯୁଦ୍ଧରେ ପଡ଼ିଥିଲା ବୋମା, ତଥାପି ଅକ୍ଷୁର୍ଣ୍ଣ ହାୱଡା, ଜାଣନ୍ତୁ ଏହାର ଇତିହାସ…

କୋଲକାତା: ନିଜର ଡିଜାଇନ୍ ଏବଂ ସୋନ୍ଦର୍ଯ୍ୟ ପାଇଁ କୋଲକାତାର ହାୱଡା ବ୍ରିଜ ପୁରା ବିଶ୍ୱରେ ପ୍ରସିଦ୍ଧ। ଏହା ହୁଗୁଳି ନଦୀ ଉପରେ ନିର୍ମିତ ।୧୯୩୬ ମସିହାରେ ଏହି ବ୍ରିଜର କାମ ଆରମ୍ଭ ହୋଇ ୧୯୪୨ରେ ଶେଷ ହୋଇଥିଲା। ପରେ ଏହାକୁ ୧୯୪୩ ମସିହା ଫେବ୍ରୁଆରୀ ୩ ତାରିଖରେ ସାଧାରଣ ଲୋକଙ୍କ ପାଇଁ ଖୋଲି ଦିଆଯାଇଥିଲା। ଏହା ପୂର୍ବରୁ ବ୍ରିଜକୁ ଆନୁଷ୍ଠାନିକ ଭାବେ ଉଦଘାଟନ୍ କରାଯାଇନଥିଲା। ଯାହାକି ବର୍ତ୍ତମାନ ସୁଦ୍ଧା ହୋଇନାହିଁ।

ଏହି ବ୍ରିଜର ନିର୍ମାଣ କରିବା ପାଇଁ ୨୬ ହଜାର ୫୦୦ ଟନ ଷ୍ଟିଲର ବ୍ୟବହାର କରାଯାଇଛି। କୋଲକାତାର ହୁଗୁଳୀ ନଦୀ ଉପରେ ନିର୍ମିତ ଏହି ସେତୁ ତାର ସ୍ୱତନ୍ତ୍ର ନିର୍ମାଣ ପାଇଁ ଏକ ଖାସ୍ ପରିଚୟ ହାସଲ କରିପାରିଛି। ଇତି ମଧ୍ୟରେ ଏହି ବ୍ରିଜ୍ କୁ ପ୍ରାୟ ୮୦ ବର୍ଷ ବିତିଗଲାଣି। ଆଜି ବି ଏହା ଠିକ୍ ପୂର୍ବ ଭଳି ଛିଡା ହୋଇଛି । ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟରେ ଜାପାନ୍ ର ଏକ ବୋମା ଏହି ସେତୁ ନିକଟରେ ଖସି ପଡିଥିଲା । ହେଲେ ଏହି ସେତୁର କୌଣସି କ୍ଷତି ହୋଇ ନ ଥିଲା ।

ଏହି ବ୍ରିଜର ନିର୍ମାଣ ପାଇଁ ୨୬,୫୦୦ ଟନ୍ ଷ୍ଟିଲ ବ୍ୟବହୃତ ହୋଇଥିଲା । ସେଥି ମଧ୍ୟରୁ ପ୍ରାୟ ୨୩,୫୦୦ ଟନ୍ ଷ୍ଟିଲ ଟାଟା ଷ୍ଟିଲ କମ୍ପାନୀ ଯୋଗାଇ ଥିଲା । ଏହାକୁ ନିର୍ମାଣ କରିବାର ସବୁ ଶ୍ରେୟ ଟାଟା ଷ୍ଟିଲ ଏବଂ ବିବିଜେ କନଷ୍ଟ୍ରକସନ କମ୍ପାନୀ ଲିମିଟେଡର ଶ୍ରମିକମାନଙ୍କୁ ଦିଆଯାଇଥିଲା। ଯଦିଓ ହାୱଡା ବ୍ରିଜର ନିର୍ମାଣ ସହଜ ନଥିଲା, ତଥାପି ଅନେକ ବାଧାବିଘ୍ନ ସତ୍ତ୍ଵେ ଟାଟା ଷ୍ଟିଲ ଏବଂ ବିବିଜେ କନଷ୍ଟ୍ରକସନ କମ୍ପାନୀ ଲିମିଟେଡର କର୍ମଚାରୀମାନେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସମଗ୍ର ହାୱଡା ବ୍ରିଜ୍ ହୁଗୁଳି ନଦୀର ଉଭୟ କୂଳରେ ନିର୍ମିତ ଦୁଇଟି ୨୮୦ ଫୁଟ ଉଚ୍ଚ ସ୍ତମ୍ଭ ଉପରେ ଅବସ୍ଥିତ । ଦୁଇଟି ସ୍ତମ୍ଭ ମଧ୍ୟରେ ଦୂରତା ୧୫,୦୦୦ ଫୁଟ ।  ତେବେ ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ର ନାଥ ଟାଗୋରଙ୍କ ପରେ ୧୯୬୫ ମସିହାରେ ଭାରତ ସରକାର ହାୱଡା ବ୍ରିଜକୁ ରବୀନ୍ଦ୍ର ସେତୁ ନାମରେ ନାମିତ କରିଥିଲେ। ଆଜି ହାୱାର ବ୍ରିଜ ଦୁନିଆର ସବୁଠାରୁ ପ୍ରସିଦ୍ଧ ସେତୁ ମଧ୍ୟରେ ଗଣାଯାଏ ।

Comments (0)
Add Comment