ଏଣିକି ୨୪ ଘଣ୍ଟା ଖୋଲା ରହିବ ନିରାମୟ ଔଷଧ କେନ୍ଦ୍ର

ଭୁବନେଶ୍ୱର:୨୪ ଘଣ୍ଟା ନିରାମୟ ଔଷଧ କେନ୍ଦ୍ର ଖୋଲା ରଖିବାକୁ ନିର୍ଦ୍ଦେଶ। ନିର୍ଦ୍ଦେଶ ଦେଲେ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଯେପରି ଏହାର ଖିଲାପ ନ ହେବ ସେଥିପାଇଁ ସ୍କ୍ବାଡ୍‌ ଗଠନ ହୋଇଥିବା ନେଇ ସୂଚନା ଦେଲେ ମନ୍ତ୍ରୀ।

ସେହିପରି ନିରାମୟ ଖୋଲା ନ ଥିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର। ଔଷଧ ନିଗମର ଔଷଧ ଠିକ୍‌ ସମୟରେ ପହଞ୍ଚୁଛି ନା ନାହିଁ ସମୀକ୍ଷା କରାଯାଇଛି। ଔଷଧ, ନାପକିନ୍‌ କିପରି ସ୍କୁଲ୍‌ରେ ପହଞ୍ଚିବ ତା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି।

Comments (0)
Add Comment