ପ୍ରେମିକା ଧୋକା ଦେବାରୁ ଜିମକୁ ଦେଇଦେଲେ ୱାନ୍ ରେଟିଂ

ପୁଣେ: ପୁଣେର କଲ୍ୟାଣୀ ନଗରରେ ଥିବା ଏକ ଜିମ୍ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାର ଧୋକାକୁ ସହିନପାରି ଜିମକୁ ୧-ଷ୍ଟାର ରେଟିଂ ଦେଇଛନ୍ତି। ତେବେ ଏହି  ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜାଣନ୍ତୁ କଣ ରହିଛି ପୂରା ଘଟଣା…

ବ୍ୟକ୍ତି ଜଣକ ଗୁଗୁଲରେ ରିଭ୍ୟୁ ଦେଇ କହିଛନ୍ତି ଯେ ତାଙ୍କ ପ୍ରେମିକା  ଜିମରେ ଅନ୍ୟଜଣେ ପୁଅ ସହ ମିଶି ତାଙ୍କୁ ଧୋକା ଦେଇଛନ୍ତି। ତେଣୁ ସେ ଜିମ୍ କୁ ଏହିଭଳି ରେଟିଂ ଦେଇଛନ୍ତି।  ସେ ଆହୁରି ମଧ୍ଯ  ଲେଖିଛନ୍ତି ଯେ ଏହି ଜିମ୍ କେବଳ ୱାର୍କଆଉଟ କରିବାର ଜାଗା ନୁହେଁ ବରଂ ଏଠାରେ ସମ୍ପର୍କ ମଧ୍ଯ ଭଙ୍ଗାଯାଉଛି।

ତେବେ ଏହାର ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଜଣେ ୟୁଜର୍ସ ଲେଖିଛନ୍ତି, “ଜିମର ଦୋଷ କ’ଣ? ନିଜର ବଡି ବନାଅ କିନ୍ତୁ ହୃଦୟ ଭାଙ୍ଗନାହିଁ।” ଏହା ସହିତ କିଛି ଲୋକ ଏହାକୁ ଏକ ମଜାକ ବୋଲି କହିଥିବା ବେଳେ ଆଉ କିଛି ଲୋକ କହିଛନ୍ତି ଯେ ବ୍ୟକ୍ତି ଜଣକ ନିଜ ଭାବନା ପ୍ରକାଶ କରିଛନ୍ତି।

ଅପରପକ୍ଷରେ ଏହି ଘଟଣାରେ ଜିମ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Comments (0)
Add Comment