ଯୁବପିଢିଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବାର୍ତ୍ତା; ନିଶାରେ ବୁଡି ରହିବା ଅର୍ଥ ‘କୁଲ୍’ ନୁହଁ

ନୂଆଦିଲ୍ଲୀ: ମଦ୍ୟପାନ କରିବା ବା ନିଶାରେ ବୁଡି ରହିବା ଅର୍ଥ ‘କୁଲ୍’ ନୁହେଁ ଏବଂ ଏହାକୁ ଏଡାଇବା ଉଚିତ୍। ସୋମବାର ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଦେଶର ଯୁବକମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି।କୋର୍ଟ କହିଛନ୍ତି ଯେ ଆଜିକାଲି ଡ୍ରଗ୍ସ ସେବନ କିମ୍ବା ନିଶାରେ ବୁଡି ରହିବାକୁ କୁଲ୍ କୁହାଯାଉଛି।

ଯାହା ଏକ ଦୁଃଖର ବିଷୟ। ଡ୍ରଗ୍ସ ଚୋରା ଚାଲାଣ ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ବି.ଭି ନାଗରତ୍ନା ଏବଂ ଜଷ୍ଟିସ୍ ଏନ କୋଟିଶ୍ୱର ସିଂ ଏଭଳି କହିଛନ୍ତି।

ଏନଆଇଏ ଏକ ମାମଲାର ଯାଞ୍ଚ କରୁଛି ଯେଉଁଥିରେ ଅଙ୍କୁଶ ଭିପିନ୍ କପୁର ବେଆଇନ ଡ୍ରଗ୍ସ ନେଟୱାର୍କ ଚଳାଉଥିବା ଅଭିଯୋଗ ହୋଇଛି। ଏପରିକି ସେ ସମୁଦ୍ର ପଥରେ ପାକିସ୍ତାନରୁ ଭାରତକୁ ବହୁ ପରିମାଣରେ ଡ୍ରଗ୍ସ ଚୋରା ଚାଲାଣ କରିଥିବା ଅଭିଯୋଗ ରହିଛି।

Comments (0)
Add Comment