ଅନ୍ତର୍ଜାତୀୟ କ୍ରିକେଟ ଫର୍ମାଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ବିନ

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି। ଗାବା ଟେଷ୍ଟ ପରେ ପ୍ରେସ୍ କନଫରେନ୍ସରେ ସେ ଏହା ଘୋଷଣା କରିଛନ୍ତି। ଏହି ସମୟରେ ଅଧିନାୟକ ରୋହିତ ଶର୍ମା ମଧ୍ଯ ଉପସ୍ଥିତ ଥିଲେ।

ଅବସର ପୂର୍ବରୁ ଅଶ୍ୱିନ, ବିରାଟ କୋହଲିଙ୍କ ସହ ଡ୍ରେସିଂ ରୁମରେ ବସିଥିବାର ନଜର ଆସିଥିଲେ। ଏହି ସମୟରେ କୋହଲି ମଧ୍ୟ ତାଙ୍କୁ ଆଲିଙ୍ଗନ କରିଥିଲେ। ଆଡିଲେଡ୍ ଡେ ନାଇଟ୍ ଟେଷ୍ଟରେ ଅଶ୍ୱିନ୍ ଟିମ୍ ଇଣ୍ଡିଆର ଏକ ଅଂଶ ଥିଲେ।

ଏହି ୩୮ ବର୍ଷୀୟ ସ୍ପିନର ଭାରତ ପାଇଁ ଅନେକ ରେକର୍ଡ କରିଛନ୍ତି। ଟେଷ୍ଟରେ ସର୍ବାଧିକ ୱିକେଟ୍ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସେ ସପ୍ତମ ସ୍ଥାନରେ ରହିଛନ୍ତି। ଅଶ୍ୱିନଙ୍କ ନାମରେ ୧୦୬ଟି ଟେଷ୍ଟରେ ୫୩୭ ୱିକେଟ୍ ରହିଛି।

Comments (0)
Add Comment