ରାତି ପାହିଲେ ବଡ଼ଦିନ, ଉତ୍ସବ ପାଳନ ପାଇଁ ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ୱର: ରାତି ପାହିଲେ ବଡ ଦିନ। ଏହାକୁ ଧୁମଧାମରେ ପାଳନ କରିବା ପାଇଁ ଚାଲିଛି ବିଭିନ୍ନ ସ୍ଥାନରେ ପ୍ରସ୍ତୁତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ପୂର୍ବରୁ ଖ୍ରୀଷ୍ଟ ଧର୍ମୀଙ୍କ ଦ୍ୱାରା ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭୁବନେଶ୍ବରର ସବୁ ଚର୍ଚ୍ଚ ଆଗରେ ପୁଲିସ ମୁତୟନ କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା ଉପରେ ନଜର ରଖାଯାଇଛି। ବଡ଼ଦିନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସନ୍ଧ୍ୟାରେ ଚର୍ଚ୍ଚରେ କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିବା ସହ ଚର୍ଚ୍ଚର ପାଳକ ଓ ଖ୍ରୀଷ୍ଟୟ ଉଦଯୋଗୀ ସମିତିର ସଦସ୍ୟମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କରିବେ । ବିଶ୍ୱାସ ଅନୁସାରେ ଠିକ ମଧ୍ୟରାତ୍ରିରେ ପ୍ରତୀକଧର୍ମୀ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିବେ ପ୍ରଭୁ ଯୀଶୁ । ଏହା ପରେ ଆରମ୍ଭ ହେବ ବଡ଼ ଦିନ ପାଇଁ ଶୁଭେଚ୍ଛାର ପର୍ବ ।

ସେପଟେ ବଡ଼ଦିନ ଓ ନୂଆବର୍ଷକୁ ନେଇ ଜୋରଦାର ପ୍ରସ୍ତୁତି କରିଛି ପୁରୀ ପୋଲିସ । ପୁରୀରେ ନୂଆବର୍ଷରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମ ହେବାର ଆଶଙ୍କା ରହିଛି । ତେଣୁ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଠାରୁ ବେଳାଭୂମି ପର୍ଯ୍ୟନ୍ତ ପୁରୀ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି l ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକ ମାନେ କିଭଳି ସୁରକ୍ଷିତ ସମୁଦ୍ର ସ୍ନାନ କରିବେ ସେନେଇ ପର୍ଯ୍ୟାପ୍ତ ପରିମାଣର ଲାଇଫଗାର୍ଡ ମୁତୟନ କରାଯାଇଛି l ଅନ୍ୟପଟେ ନୂଆବର୍ଷରେ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି l

ଅନ୍ୟପଟେ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଚର୍ଚ୍ଚ ଆଗରେ ପୁଲିସ ମୁତୟନ କରାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା ଉପରେ ମଧ୍ୟ କଡା ନଜର ରଖାଯାଇଛି । କନ୍ଧମାଳ ଜିଲ୍ଲାର ବିଭିନ୍ନ ଚର୍ଚ୍ଚ ରେ ଏକ ନିଆରା ଭାବେରେ ତିଆରି ହୋଇଛି ସାନ୍ତାକ୍ଲଜ l ବଡ଼ଦିନ ପାଳନ ଏବଂ ଜିରୋ ନାଇଟ ସେଲିବ୍ରେସନ ପାଇଁ କନ୍ଧମାଳ ଜିଲ୍ଲା ସମେତ ବାଲିଗୁଡା ପୁଲିସର ବ୍ୟାପକ ପ୍ରସ୍ତୁତି କରାଯାଇଛି l

ସେହିପରି ବଡ଼ଦିନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର । ଦେଶର ବିଭିନ୍ନ ଚର୍ଚ୍ଚରେ ଏବେ ସ୍ୱତନ୍ତ୍ର ଆୟୋଜନ କରାଯାଉଛି । ଆଜିଠୁ ଆରମ୍ଭ ହେବ ସେଲିବ୍ରେସନ୍ । ସେଥିପାଇଁ ସଜେଇ ହୋଇଛି ଚର୍ଚ୍ଚ ଓ ବଜାର । ଦେଶର ବିଭିନ୍ନ ସ୍ଥାନ ତଥା ଦିଲ୍ଲୀ, କୋଲକାତା, ମୁମ୍ବାଇ, ବେଙ୍ଗାଲୁରୁ, ଗୌହାଟି, ପୁଡୁଚେରୀରେ ଚଳିତ ବର୍ଷ କିଛିଟା ସ୍ୱତନ୍ତ୍ର ଆୟୋଜନ ହୋଇଛି । ଏକ୍ସମାସ୍ ପାଇଁ ବଜାରରେ ଲୋକେ ନୂଆ କପଡ଼ା, ମିଠାଇ, ଘର ସଜ୍ଜା ଉପକରଣ ଆଦି କିଣୁଛନ୍ତି ।

Comments (0)
Add Comment